Categories: ବାଣିଜ୍ୟ

ମେ ୧୫ ଯାଏ ଦେଇହେବ ଭବିଷ୍ୟନିଧି ଦେୟ ରାଶି

ନୂଆଦିଲ୍ଲୀ,୧୬ା୪: ବର୍ତ୍ତମାନ ଲକ୍‌ଡାଉନ ଅବଧି ବଢ଼ିବା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ)ର ଭବିଷ୍ୟନିଧି ଦେୟ ରାଶି ପଇଠ କରିବାର ସୀମାକୁ ମେ ମାସ ୧୫ ଯାଏ ବଢ଼ାଇ ଦେଇଛନ୍ତି। ମାର୍ଚ୍ଚ ମାସର ଦେୟ ଏପ୍ରିଲ ୧୫ ମଧ୍ୟରେ ଦେବାର ନିୟମ ରହିଥିଲା, ଯାହାର ସୀମାକୁ ଆସନ୍ତା ମାସ ୧୫ ଯାଏ ବଢ଼ାଯାଇଛି। ଏହାଦ୍ୱାରା ୫ କୋଟି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଥିବା ସୂଚନା ରହିଛି।

Share