Categories: ଜାତୀୟ

ମେହବୁବାଙ୍କ ଝିଅ ଶାହଙ୍କୁ ଲେଖିଲେ ଚିଠି, ଆମକୁ ଜୀବଜନ୍ତୁଙ୍କ ଭଳି ବ୍ୟବହାର କରାଯାଉଛି

ଶ୍ରୀନଗର, ୧୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲ୍ଲିଜା ଜାଭେଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି। ସେ କହିଛନ୍ତି, ମୋ ମା’ଙ୍କୁ ଗିରଫ କରାଯିବାର କିଛିଦିନ ପରେ ମୋତେ ମଧ୍ୟ ଗୃହରେ ନଜରବନ୍ଦୀ କରାଯାଇଛି। ଏନେଇ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସେ ଏକ ଚିଠି ଲେଖିଛନ୍ତି। କଶ୍ମୀର ଲୋକଙ୍କ ସହ ଜୀବଜନ୍ତୁଙ୍କ ପରି ବ୍ୟବହାର କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମିଡିଆ ସହ କଥା ହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ମିଳୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଉମର ଅବଦୁଲ୍ଲାଙ୍କ ଗିରଫ କରାଯାଇଛି।

Share