ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଲେ ଗୁଗୁଲ ଏବଂ ଆପଲ୍‌

ଓ୍ବାଶିଂଟନ,୨୪।୧୨: ଗୁଗୁଲ ଏବଂ ଆପଲ୍‌ ନିଜ ନିଜର ଆପ୍‌ ଷ୍ଟୋର୍‌ରୁ ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଛନ୍ତି। ୟୁଏଇ ପାଇଁ ଏହି ଆପ୍‌ ଗୁପ୍ତଚରୀ କରୁଥିବା ଅଭିଯୋଗ ଆସିବା ପରେ ଗୁଗୁଲ ଏବଂ ଆପଲ୍‌ ପକ୍ଷରୁ ଏପରି କରାଯାଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସ୍‌ ଅନୁସାରେ ଏହି ଆପ୍‌ର ମାଲିକ ଏବଂ ଆବୁଧାବିର ହ୍ୟାକିଂ କମ୍ପାନୀ ଡାର୍କ ମେଟର ମଧ୍ୟରେ ଭଲ ସମ୍ପର୍କ ରହିଛି। ଏହି ଆପ୍‌କୁ ଚଳିତ ବର୍ଷ ଆରମ୍ଭରେ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ, ୟୁଏଇରେ ହ୍ବାଟସ୍‌ଆପ୍‌ ଏବଂ ସ୍କାଇପ ମେସେଜିଂ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Share