Posted inଖେଳ

ମେସି ମାଇଲଷ୍ଟୋନ

ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥି ସହିତ ସେ ସର୍ବାଧିକ ମ୍ୟାଚ୍‌ ଖେଳିବା ଓ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ନିକଟତର ହୋଇଛନ୍ତି।

ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ନିକଟତର ହୋଇଛନ୍ତି। କେବଳ ସେତିକି ନୁହେଁ ସେ କିମ୍ବଦନ୍ତୀ ଫୁଟବଲର ପେଲେ ଓ ତାଙ୍କ ପୂର୍ବତନ ବାର୍ସିଲୋନା ସାଥି ଖେଳାଳି ଜାଭି ହେର୍ନାଣ୍ଡେଜଙ୍କ ରେକର୍ଡକୁ ଅତିକ୍ରମ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସେ ନିଜ କ୍ଲବ ବାର୍ସିଲୋନ ପାଇଁ ୭୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ସେ ଗତ ୨୭ ତାରିଖରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଗ୍ରୁପ୍‌ ଏଫ୍‌ର ଏହି ମ୍ୟାଚ୍‌ରେ ମେସି ବାର୍ସିଲୋନାର ନେତୃତ୍ୱ ନେଇଥିଲେ। ଘରୋଇ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩-୧ ଗୋଲରେ ବିଜୟୀ ହୋଇ ବାର୍ସିଲୋନା ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉଠିଛି। ୩୩ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ମୋଟ ଉପରେ ବାର୍ସିଲୋନା ପାଇଁ ମେସି ୬୧୩ଟି ଗୋଲ ସ୍କୋର କରିଛନ୍ତି।
ଏଥିସହିତ ୩୨ ବର୍ଷୀୟ ମେସି କ୍ଲବରେ ରେକର୍ଡ ୭୬୭ ମ୍ୟାଚ୍‌ ଠାରୁ କିଛି ଦୂରରେ ରହିଛନ୍ତି। ପୂର୍ବରୁ ତାଙ୍କ ବାର୍ସିଲୋନା ସାଥୀ ଖେଳାଳି ତାରକା ମିଡ୍‌ ଫିଲ୍ଡର ଜାଭି ହେର୍ନାଣ୍ଡେଜ ୭୬୭ ସଂଖ୍ୟକ ମ୍ୟାଚ୍‌ ଖେଳି ଏହି ରେକର୍ଡ ସ୍ଥାପନ କରିଥିଲେ। ମେସି ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ସେ ମଧ୍ୟ ଗତ ସୋମବାର ରେକର୍ଡ ଷଷ୍ଠଥର ପାଇଁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପୁରସ୍କାର ବାଲୋନ ଡି’ ଅର ହାସଲ କରିଛନ୍ତି। ଏହି କ୍ରମରେ ନିଜର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି।
ପୂର୍ବରୁ ଅବଶ୍ୟ ମେସି ବାର୍ସିଲୋନାର ଟପ୍‌ ଟ୍ରଫି ଓ୍ବିନର ସାବ୍ୟସ୍ତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୩୪ଟି ଟାଇଟଲ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି। ଏଥିରେ ତାଙ୍କର ୧୧୩ଟି ଷ୍ଟ୍ରାଇକ୍‌ ସାମିଲ ରହିଛି। ଚାମ୍ପିୟନ୍ସ ଲିଗ୍‌ରେ ୧୪୦ଟି ମ୍ୟାଚ ଖେଳି ସେ ଏହି ସଫଳତା ପାଇଛନ୍ତି। ମେସି ମାତ୍ର ୧୭ ବର୍ଷ ବୟସରେ ୨୦୦୪ରେ ପଦାର୍ପଣ କରିଥିଲେ।
ଚଳିତ ସେସନରେ ଗୋଟିଏ କ୍ଲବ ତରଫରୁ ସେ ୯ଟି କ୍ଲବ ମ୍ୟାଚ୍‌ ଖେଳି ୧୨ଟି ଗୋଲ ସ୍କୋର କରି କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ନିକଟତର ହୋଇଛନ୍ତି। ପେଲେ ୧୯୫୦ରୁ ୧୯୭୦ ମଧ୍ୟରେ ସାଣ୍ଟୋସ୍‌ ତରଫରୁ ଖେଳି ୬୪୩ଟି ଗୋଲ ସ୍କୋର କରିଥିଲେ। ଚଳିତ ସିଜନ ଶେଷ ଆଡକୁ ଏହି ରେକର୍ଡଗୁଡିକ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି। ବାର୍ସିଲୋନା ସହିତ ମେସି ୪ଥର ୟୁରୋପର ସର୍ବବୃହତ୍‌ କ୍ଲବ ପୁରସ୍କାର ହାସଲ କରିଛନ୍ତି। ୨୦୧୫ରେ ସେ ଶେଷଥର ପାଇଁ ଏହି ପୁରସ୍କାର ହାସଲ କରିଥିଲେ। ରେକର୍ଡ ୬ଥର ବାଲୋନ ଡି’ ଅର ପୁରସ୍କାର ଜିତିଥିବା ମେସି ୬ଥର ୟୁରୋପିଆନ ଗୋଲ୍ଡେନ ବୁଟ୍‌ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri