Categories: ଜାତୀୟ

ମେଲାନିଆଙ୍କ ହାପିନେସ୍‌ କ୍ଲାସରେ ଯୋଗଦେବେ ନାହିଁ କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୨।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ମେଲାନିଆ ରାଜଧାନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ୍‌ କ୍ଲାସ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଯୋଗଦେବାର ଯୋଜନା ଥିଲା। ହେଲେ ଏବେ ଜଣାପଡିଛି କି ଏମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି। ତେବେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଅଭିଯୋଗ କରିଛି କି କେନ୍ଦ୍ର ସରକାର ଜାଣିଶୁଣି ଏମାନଙ୍କୁ ସାମିଲ ନ କରିବାକୁ ଯୋଜନା କରିଛନ୍ତି।

Share