ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆମେରିକାର ଫାଷ୍ଟ ଫ୍ୟାମିଲିଙ୍କ ଖାଦ୍ୟ ରୁଚି କଥା କହିଲେ ଟ୍ରମ୍ପଙ୍କୁ ନନ୍‌ ଭେଜ ବହୁତ ପସନ୍ଦ। ସେ ବିଫ୍‌, ଫ୍ରେଞ୍ଚ ଫ୍ରାଇଜ୍‌, ପିଜା, କେଏଫ୍‌ସି ଚିକେନ୍‌ ବହୁତ ପସନ୍ଦ କରନ୍ତି। ହେଲେ ତାଙ୍କ ସହଧର୍ମିଣୀ ଅର୍ଥାତ୍‌ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଖାଦ୍ୟକୁ ନେଇ ବହୁତ କନ୍‌ସସ୍‌। ୪୯ ବର୍ଷ ବୟସରେ ବି ତାଙ୍କର ସ୍ଲିମ୍‌ ଫିଗର ଅନେକଙ୍କ ଦୃଷ୍ଟି ଆକର୍ଷଣ କରେ। ପୂର୍ବରୁ ମେଲାନିଆ ଜଣେ ମଡେଲ ଥିବାରୁ ହେଲ୍‌ଦି ଡାଏଟକୁ ପ୍ରାଧାନ୍ୟ ଦିଅନ୍ତି ବୋଲି କୁହାଯାଏ। ପ୍ରତିଦିନ ସେ ତାଙ୍କ ଖାଦ୍ୟରେ ଫଳ ସାମିଲ କରନ୍ତି। ବ୍ରେକ୍‌ଫାଷ୍ଟରେ ସେ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତାହା ବି କମ୍‌ ପରିମାଣର। ଚକୋଲେଟ୍‌ ଓ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି ମେଲାନିଆ। ହେଲ୍‌ଦି ଡାଏଟ୍‌ ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତି ମେଲାନିଆ। ପାଣି ବ୍ୟତୀତ କେବେ କେବେ ଡାଏଟ କୋକ ମଧ୍ୟ ମେଲାନିଆଙ୍କୁ ପସନ୍ଦ ଆସିଥାଏ।

Share