Categories: ଜାତୀୟ

ମେଲାନିଆଙ୍କ କାର୍ଯ୍ୟକ୍ରମରୁ କେଜରିଓ୍ବାଲଙ୍କ ନାଁ ହଟାଇବାକୁ ନେଇ ଥରୁର କହିଲେ ଘୃଣ୍ୟ ରାଜନୀତି

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ହାପିସେନ୍‌ କ୍ଲାସ କାର୍ଯ୍ୟକ୍ରମରେ ଯୋଗଦେବ। ହେଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ ସାମିଲ କରାଯାଇଛି ସେଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ନାଁ ନାହିଁ। ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଏହା ସର୍ବବୃହତ୍ତ ଗଣତନ୍ତ୍ରର ଏକ ଅସୁସ୍ଥ ପରମ୍ପରା। ସେ କହିଛନ୍ତି ଏହା ମୋଦି ସରକାରଙ୍କର ଘୃଣ୍ୟ ରାଜନୀତି। କୌଣସି ବିଦେଶୀ ଅତିଥିଙ୍କ ଆଗମନରେ ବିରୋଧୀଙ୍କୁ ଅଲଗା ରଖିବା ଭାରତକୁ ଦୁର୍ବଳ ବୋଲି ପ୍ରମାଣ କରୁଛି।

Share