ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଲେ ଅଣସ୍ବୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର: ଏନ୍‌ଓସି ନ ଥାଇ ଚାଲିଛି ୧୩ ବିଦ୍ୟାଳୟ

ଖଣ୍ଡପଡ଼ା,୨୧।୮(ସ୍ବ.ପ୍ର)-ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଖଣ୍ଡପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ)ନ ଥାଇ ୧୩ ଘରୋଇ ବିଦ୍ୟାଳୟ ଚାଲିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଖଣ୍ଡପଡା ବ୍ଲକ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବିନା ସ୍ବୀକୃତିରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଚାଲିଥିବା ବେଳେ ଏହି୍‌ସବୁ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ମେଧାବୃତ୍ତି ପରୀକ୍ଷା ଦେବାରୁ ବଞ୍ଚତ ହୋଇଥିବାରୁ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ଯେ, ରାଜ୍ୟ ସରକାର ଘରୋଇ ବିଦ୍ୟାଳୟଗୁଡିକ ନିମନ୍ତେ ବିଭିନ୍ନ ନୀତିନିୟମ ଲାଗୁ କରିଛନ୍ତି ା ମାତ୍ର ନୟାଗଡ ଜିଲା ଶିକ୍ଷାଧିକାରୀ ଓ ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିନା ଏନ୍‌ଓସିରେ ଚାଲିଥିବା ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ ଆଇନ ଅନୁଯାୟୀ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ବିନା ଏନ୍‌ଓସିରେ ଚାଲିଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ପାଠପଢୁଥିବା ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ା ଖାଲି ସେତିକି ନୁହେଁ ଏନଓସି ନଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ପିଲାମାନେ ଗତ ୧୭ ଓ ୧୮ ତାରିଖରେ ସରକାରଙ୍କ ପକ୍ଷରୁ ଆୟୋଜିତ ମେଧାବୃତ୍ତି ପରୀକ୍ଷାରେ ଅଂଶଗ୍ରହଣ କରି ନ ପାରି ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି।
ବ୍ଲ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖଣ୍ଡପଡା ସହର ସମେତ ଖଳିସାହି, କଣ୍ଟିଲୋ, ମର୍ଦ୍ଦରାଜପୁର, କିଆଝର, ଜଗନ୍ନାଥପ୍ରସାଦ ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନରେ ୧୯ଟି ଘରୋଇ ଶିକ୍ଷାନୁଷ୍ଠାନ ଚାଲୁ ରହିଛି ା ତନ୍ମଧ୍ୟରୁ ଖଣ୍ଡପଡା ସାମନ୍ତ ଚନ୍ଦ୍ର୍‌ଶେଖର ଶିକ୍ଷାକେନ୍ଦ୍ର, ଓମ୍‌ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖଣ୍ଡପଡା ଓ କଣ୍ଟିଲୋ ସମେତ ରୟତ ଢୋଲମରା ଓ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ଚାଲିଥିବା ୬ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସରକାର ସ୍ବୀକୃତି(ଏନ୍‌ଓସି) ପ୍ରଦାନ କରିଛନ୍ତି। ଅବଶିଷ୍ଟ ୧୩ ଘରୋଇ ଅନୁଷ୍ଠାନ ଧର୍ମକୁ ଆଖିଠାର ମାରିଲା ଭଳି ଅଭିଭାବକମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଚାଲିଥିବା ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ , ନୟାଗଡ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ା ଖଣ୍ଡପଡା ବ୍ଲକ ଶିକ୍ଷାଧିକାରୀ ଚନ୍ଦନ ରଥଙ୍କୁ ପଚାରିବାରେ ଏ ସମ୍ପର୍କରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଥିଲେ ା ସେ ବିଭାଗ ପକ୍ଷରୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ା ସୂଚନାଯୋଗ୍ୟ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପ୍ରାୟ ୨ଏକର ଜମିର ଆବଶ୍ୟକ ଥିବାବେଳେ ଅନେକ ସ୍କୁଲ ଉକ୍ତ ନିୟମକୁ ପାଳନ କରୁ ନ ଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri