ମେଦବହୁଳତାରୁ ବି ଦୂରେଇ ରଖେ ଚୁଇଗମ୍‌…

ଚୁଇଗମ୍‌ ଚୋବାଇବା ଦ୍ୱାରା  ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୁଏ। ନିୟମିତ ଚୁଇଗମ୍‌ ଚୋବାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ। ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଚୁଇଗମ୍‌ ଚୋବାଇବା ଦ୍ୱାରା ପ୍ରତି ଘଣ୍ଟାରେ ଶରୀରରୁ ୧୧ କ୍ୟାଲୋରୀ ଶକ୍ତି କମିଥାଏ। ଫଳରେ ମେଦବହୁଳତାରୁ ମିଳିଥାଏ ମୁକ୍ତି। ସପ୍ତାହରେ ୨-୩ଥର ଚୁଇଗମ୍‌ ଚୋବାଇଲେ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଚୁଇଗମ୍‌ ଚୋବାଇଲେ ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ସେ ନେଇ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗବେଷକ  ଗବେଷଣା ଆରମ୍ଭ କରିଥିଲେ। ସେମାନେ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଚୁଇଗମ୍‌ ଦ୍ୱାରା ବିଭିନ୍ନ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିବା ସହିତ ପାଟିର ଦୁର୍ଗନ୍ଧ ନାଶ ହୋଇଥାଏ। ଏହାଦ୍ୱାରା ମୁଖମଣ୍ଡଳରେ ଚର୍ବି କମ୍‌ ହୋଇଥାଏ। ପୂର୍ବରୁ କୁହାଯାଉଥିଲା ଯେ, ଚୁଇଗମ୍‌ ଚୋବାଇବା ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

Share