ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ଗିରଫ କରାଯାଉଥିବା ପ୍ରତିବାଦ: ଅତିରିିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ ଅଫିସ, ୧।୧୦: ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ପୋଲିସ ଗିରଫ କରୁଥିବା ପ୍ରତିବାଦରେ ମଙ୍ଗଳବାର ଜିଲା ମେଡିସିନ୍‌ ରିପ୍ରେଜେଣ୍ଟେଟିଭ ସଂଘ ପକ୍ଷରୁ ଅତିରିିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସକାଳେ ସଂଘର କର୍ମକର୍ତ୍ତା ବାଇକ୍‌ରେ ସହର ପରିକ୍ରମା କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।