ମେଡିକାଲ ଷ୍ଟୋରରୁ ଚୋରି ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଚୋରି ଘଟଣାରେ ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପରମାନନ୍ଦପୁରର ଛନ୍ଦାଚରଣ ଓରଫ ଚମାର ରାଉତ (୩୫)। ତାଙ୍କଠାରୁ ପୋଲିସ ୩ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି।
ପ୍ରକାଶ ଯେ, ଭବାନୀପାଟଣା ସହର ନକଟିଗୁଡ଼ା ନିକଟ କ୍ରିଷ୍ଣା ମେଡିକାଲ ଷ୍ଟୋରରୁ ଗତ ସେପ୍ଟେମ୍ବର ୨୦ ତାରିଖରେ ୨ଟି ମୋବାଇଲ ଓ ୪ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ଆଇ ଶିବପ୍ରସାଦ ଭଦ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି।