Categories: ଜାତୀୟ

ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ପିଡୋମିଟର ସଫ୍ଟଓ୍ବେରରେ ହେବ ମନିଟରିଂ

ଜୟପୁର,୬।୬: ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ରାଜସ୍ଥାନର କେତେକ ମେଡିକାଲ କଲେଜ୍‌ରେ ଶିକ୍ଷାର୍ଥୀଙ୍କ ମନିଟରିଂ ପିଡୋମିଟର ସଫ୍ଟଓ୍ବେର ଦ୍ୱାରା ସମ୍ପନ୍ନ ହେବ। ଏଥିରେ ଅଜମେର, ଯୋଧପୁର, ଉଦୟପୁର, ବିକାନେର. କୋଟା, ଝାଳାଓ୍ବାଡ୍‌ ଆଦି ଠାରେ ଥିବା ମେଡିକାଲ କଲେଜର ଶିକ୍ଷାର୍ଥୀ ସାମିଲ୍‌ ହେବେ। ସରକାରୀ କଲେଜର ପ୍ରାୟ ୨ ହଜାର ଶିକ୍ଷାର୍ଥୀଙ୍କୁ ଏହି ଯୋଜନାରେ ସାମଲ୍‌ କରାଯିବ ବୋଲି କୁହାଯାଉଛି। ଏମବିବିଏସ୍‌ରେ ଯାଗଦେଉଥିବା ଶିକ୍ଷାର୍ଥୀଙ୍କୁ ଏହି ସଫ୍ଟଓ୍ବେର ଡାଉନଲୋଡ୍‌ କରିବାକୁ ହେବ। ଶିକ୍ଷାର୍ଥୀମାନେ କେତେଦୂର ଫିଟ୍‌ ତାହା ଏହାଦ୍ୱାରା ସହଜରେ ଜଣାପଡ଼ିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ଏଭଳି ବ୍ୟବସ୍ଥା କରାଯାଉଛି।

Share