ମେଡିକାଲ କଲେଜ ଦାବି ତେଜିଲା: ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା

ଭଦ୍ରକ ଅଫିସ, ୧୬ା୯- ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ସ୍ଥାନୀୟ ଗୋଶାଳାଛକ ଠାରେ ଭଦ୍ରକ ଜିଲା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପଥପ୍ରାନ୍ତ ସଭା ଓ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା। ଦଳମତ ନିର୍ବିଶେଷରେ ଜିଲାର ବିଭିନ୍ନ ରାଜନୈତିକ, ଅଣରାଜନୈତିକ ଓ ସାମାଜିକ ସଙ୍ଗଠନର ନେତୃବର୍ଗ ଏଥିରେ ସାମିଲ ହୋଇଥିଲେ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ଏହି ଜିଲାରେ ଶୀଘ୍ର ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ସରକାର ଓ ପ୍ରଶାସନ ଉପରେ ଚାପ ପକାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପଥପ୍ରାନ୍ତ ସଭା ଅବସରରେ ଭଦ୍ରକ ଜିଲା ଯୁବଯାଦବ ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ନେତୃତ୍ୱରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଭଦ୍ରକର ବରିଷ୍ଠ ଡା. ହରି ନାୟକ, ବରିଷ୍ଠ ଆଇନ୍‌ଜୀବୀ ଜ୍ୟୋତିକାନ୍ତ ନାୟକ, ବରିଷ୍ଠ ବୁଦ୍ଧିଜୀବୀ ସୁଧାକର ରାଉତ, ବିଜୁଜନତା ଦଳର ନେତା ପ୍ରଫୁଲ୍ଲ ନାୟକ, ସୁରଜିତ୍‌ ପାଲ, ପ୍ରବୀର ଜେନା, ଇଗ୍‌ବାଲ ଖାଁ, ଭାଜପା ନେତା ତୁଷାର ଜେନା, ଅମ୍ବିକା ଦାସ, ସୁରେଶ ସାମଲ, କଂଗ୍ରେସର ନେତା ନଳିନୀକାନ୍ତ ମହାନ୍ତି, ଆଶିଷ୍‌ ରାଉତ, ତପନ ନାୟକ ସଭାରେ ମତାମତ ଦେବା ସହ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ରାଜ୍ୟ ଯୁବଯାଦବ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ, ମୁଖ୍ୟ ଉପଦେଷ୍ଟା ଅମର କୁମାର ବାରିକ, ଉପସଭାପତି ମନୋଜ ପାଣ୍ଡବ, ଲିପିକା ବାରିକ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ଶରତ ମହାକୁଡ଼, କାହ୍ନୁଚରଣ ବାରିକ, ସୁଦର୍ଶନ ବାରିକ, ବାପୁଜୀ ପରିଡ଼ା ଓ ଯୁବଯାଦବ ନେତା ପ୍ରଫୁଲ୍ଲ ପୃଷ୍ଟି, ରଶ୍ମିରଞ୍ଜନ ମହାକୁଲ ଓ ବାସୁଦେବପୁର ବ୍ଲକ ଯୁବଯାଦବ ସଂଗଠନ ସଭାପତି କୃଷ୍ଣଚନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ବନ୍ତଛକଠାରେ ଅନୁରୂପ ସଭା କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଜିଲାବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ମଧ୍ୟ ଦାବି କରାଯାଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri