ମେଡିକାଲ କଲେଜ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ଉତ୍ତମ ଓ ଆଧୁନିକ ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ଜିଲା ବାହାରକୁ ଯିିବାକୁ ପଡ଼ୁଛି। ଫଳରେ ସାଧାରଣ ଲୋକଙ୍କ ସମୟ ନଷ୍ଟ ହେବା ସହ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହାଦ୍ୱାରା ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି।
ଜିଲାର ବିଭିନ୍ନ ଚିକିତ୍ସାଳୟରୁ ମାସକୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ବାହାରକୁ ଯାଉଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାସକୁ ହାରାହାରି ୨୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ କୋରାପୁଟ ଏବଂ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି। ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ୧୩୦ରୁ ୨୦୦ କିଲୋମିଟର ଯାତ୍ରା କରିବାକୁ ପଡୁଛି।
ଏଥିପାଇଁ ଚିକିତ୍ସା ପାଇବା ପୂର୍ବରୁ ବହୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ସ୍ବାଭାବିକ। କେତେକ କ୍ଷେତ୍ରରେ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଗତ ୨ ବର୍ଷର ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ରାୟଗଡ଼ା ଜିଲାରୁ ମାସକୁ ପ୍ରାୟ ୮୦ ହଜାର ରୋଗୀ ବିଭିନ୍ନ ଡାକ୍ତରଖାନାକୁ ସ୍ବାସ୍ଥ୍ୟସେବା ପାଇବା ପାଇଁ ଆସିଥାନ୍ତି। ହେଲେ ଚିକିତ୍ସା ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀ ଠିକ୍‌ ଭାବେ ସେହି ସୁବିଧା ପାଉନାହାନ୍ତି। ଜିଲାରେ ସିକିଲ୍‌ ସେଲ୍‌ ଭଳି ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ କୌଣସି ସୁବିଧା ନ ଥିବା ବେଳେ କର୍କଟ, ହୃଦ୍‌ରୋଗ, ମଧୁମେହ, ମାନସିକ ରୋଗୀଙ୍କ ପାଇଁ ଆଧୁନିକ ଚିକିତ୍ସା ସୁବିଧା ଶୂନ।
ବିଭିନ୍ନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି।
ସେଥିଲାଗି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ୨୦୧୪ରେ ରାଜ୍ୟ ସରକାର ୧୦୦ ସିଟ୍‌ ଓ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ପିପିପି ବ୍ୟବସ୍ଥା ମାଧ୍ୟମରେ ଜିଲାରେ ଖୋଲିବା ପାଇଁ ଘୋଷଣା କରିଥିଲେ। ଏଥିସହ ବିଧାନସଭାରେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏ କଥା ଉଠାଇଥିଲେ। ମେଡ଼ିକାଲ କଲେଜ ନିମନ୍ତେ ପ୍ରାୟ ୨୫ ଏକର ଜମି ଚିହ୍ନଟ ହୋଇ ସାରିଛି। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଭେଟି ରାୟଗଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଏକ ପତ୍ର ପ୍ରଦାନ କରିଛନ୍ତି ।
ଏଥିଲାଗି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏକ ପତ୍ର ହର୍ଷବର୍ଦ୍ଧନଙ୍କୁ ଦେଇଛନ୍ତି।
ରାୟଗଡ଼ା ନାଗରିକ ମଞ୍ଚ ଜିଲାରେ ମେଡ଼ିକାଲ କଲେଜର ସ୍ଥାପନ ନିମନ୍ତେ ଦୀର୍ଘଦିନ ଧରି ଜନ ଆନ୍ଦୋଳନ, ପଦଯାତ୍ରା, ସଭା କରିବା ସହ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ରାଜସ୍ବ ସଚିବଙ୍କୁ ଦାବିପତ୍ର ଦେଇଆସୁଛି। ଏଥିସହ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏଥିପାଇଁ ଦାବି ଉଠିଛି।
ରାୟଗଡ଼ାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଜିଲାରେ ଖାଲି ପଡ଼ିଥିବା ୭୦ ଓ ନୂତନ ଭାବେ ସୃଷ୍ଟି ହୋଇଥିବା ୫୫ ଏହିପରି ମୋଟ ୧୨୫ଟି ପଦବୀରୁ କେବଳ ୧୦୯ଟି ପଦବୀରେ ଡ଼ାକ୍ତର କାର୍ଯ୍ୟଭାର ସମ୍ଭାଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri