ମେଡିକାଲ କଲେଜ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ଉତ୍ତମ ଓ ଆଧୁନିକ ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ଜିଲା ବାହାରକୁ ଯିିବାକୁ ପଡ଼ୁଛି। ଫଳରେ ସାଧାରଣ ଲୋକଙ୍କ ସମୟ ନଷ୍ଟ ହେବା ସହ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହାଦ୍ୱାରା ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି।
ଜିଲାର ବିଭିନ୍ନ ଚିକିତ୍ସାଳୟରୁ ମାସକୁ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ନିମନ୍ତେ ବାହାରକୁ ଯାଉଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ମାସକୁ ହାରାହାରି ୨୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ କୋରାପୁଟ ଏବଂ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି। ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ୧୩୦ରୁ ୨୦୦ କିଲୋମିଟର ଯାତ୍ରା କରିବାକୁ ପଡୁଛି।
ଏଥିପାଇଁ ଚିକିତ୍ସା ପାଇବା ପୂର୍ବରୁ ବହୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ସ୍ବାଭାବିକ। କେତେକ କ୍ଷେତ୍ରରେ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ନଜିର ରହିଛି। ଗତ ୨ ବର୍ଷର ରାୟଗଡ଼ା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ରାୟଗଡ଼ା ଜିଲାରୁ ମାସକୁ ପ୍ରାୟ ୮୦ ହଜାର ରୋଗୀ ବିଭିନ୍ନ ଡାକ୍ତରଖାନାକୁ ସ୍ବାସ୍ଥ୍ୟସେବା ପାଇବା ପାଇଁ ଆସିଥାନ୍ତି। ହେଲେ ଚିକିତ୍ସା ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀ ଠିକ୍‌ ଭାବେ ସେହି ସୁବିଧା ପାଉନାହାନ୍ତି। ଜିଲାରେ ସିକିଲ୍‌ ସେଲ୍‌ ଭଳି ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ କୌଣସି ସୁବିଧା ନ ଥିବା ବେଳେ କର୍କଟ, ହୃଦ୍‌ରୋଗ, ମଧୁମେହ, ମାନସିକ ରୋଗୀଙ୍କ ପାଇଁ ଆଧୁନିକ ଚିକିତ୍ସା ସୁବିଧା ଶୂନ।
ବିଭିନ୍ନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି।
ସେଥିଲାଗି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ୨୦୧୪ରେ ରାଜ୍ୟ ସରକାର ୧୦୦ ସିଟ୍‌ ଓ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ପିପିପି ବ୍ୟବସ୍ଥା ମାଧ୍ୟମରେ ଜିଲାରେ ଖୋଲିବା ପାଇଁ ଘୋଷଣା କରିଥିଲେ। ଏଥିସହ ବିଧାନସଭାରେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏ କଥା ଉଠାଇଥିଲେ। ମେଡ଼ିକାଲ କଲେଜ ନିମନ୍ତେ ପ୍ରାୟ ୨୫ ଏକର ଜମି ଚିହ୍ନଟ ହୋଇ ସାରିଛି। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଭେଟି ରାୟଗଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଏକ ପତ୍ର ପ୍ରଦାନ କରିଛନ୍ତି ।
ଏଥିଲାଗି ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏକ ପତ୍ର ହର୍ଷବର୍ଦ୍ଧନଙ୍କୁ ଦେଇଛନ୍ତି।
ରାୟଗଡ଼ା ନାଗରିକ ମଞ୍ଚ ଜିଲାରେ ମେଡ଼ିକାଲ କଲେଜର ସ୍ଥାପନ ନିମନ୍ତେ ଦୀର୍ଘଦିନ ଧରି ଜନ ଆନ୍ଦୋଳନ, ପଦଯାତ୍ରା, ସଭା କରିବା ସହ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ରାଜସ୍ବ ସଚିବଙ୍କୁ ଦାବିପତ୍ର ଦେଇଆସୁଛି। ଏଥିସହ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏଥିପାଇଁ ଦାବି ଉଠିଛି।
ରାୟଗଡ଼ାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଜିଲାରେ ଖାଲି ପଡ଼ିଥିବା ୭୦ ଓ ନୂତନ ଭାବେ ସୃଷ୍ଟି ହୋଇଥିବା ୫୫ ଏହିପରି ମୋଟ ୧୨୫ଟି ପଦବୀରୁ କେବଳ ୧୦୯ଟି ପଦବୀରେ ଡ଼ାକ୍ତର କାର୍ଯ୍ୟଭାର ସମ୍ଭାଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri