ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍‌ ଜି. କାଇଲିନ୍‌, ସାର୍‌ ପିଟର ଜେ. ରାଟ୍‌କି୍ଲଫ ଏବଂ ଗ୍ରେଗ୍‌ ଏଲ୍‌. ସିମେଞ୍ଜା। ସେଲ୍‌ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।

Share