ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟା ଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍‌, କଟା ଟମାଟୋ ୧/୨ କପ୍‌, ସିଝା ମକା , କଟା ପିଆଜ, ୩ଟି ରସୁଣ କୋଲା, ତେଲ ୨ ଟେବୁଲ୍‌ ସ୍ପୁନ୍‌, ଜିରା ୧/୪ ଟିସ୍ପୁନ୍‌, ଧନିଆ ପାଉଡର ୧/୨ ଟିସ୍ପୁନ୍‌, ଓରିଗାନୋ ୧/୨ ଟିସ୍ପୁନ୍‌, ଲାଲ୍‌ ଲଙ୍କା ପାଉଡ଼ର୧/୨ ଟିସ୍ପୁନ, ଚିଜ୍‌ କ୍ୟୁବ୍‌ ୨ଟା, ଟମାଟୋ ସସ୍‌ ୧ ଟେବୁଲ୍‌ସ୍ପୁନ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ସେଥିରେ ଜିରା ଏବଂ କଟା ପିଆଜ, ରସୁଣ ପକାଇ ଭାଜନ୍ତୁ। ସେଥିରେ କଟା କ୍ୟାପ୍ସିକମ୍‌, ଗାଜର, ଟମାଟୋ ଏବଂ ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ବର୍ତ୍ତମାନ ଏଥିରେ ବିନ୍ସ, ରାଜ୍‌ମା, ସିଝା ମକା ଏବଂ ସବୁ ମସଲା ପକାଇ ୫ମିନିଟ୍‌ ଘୋଡାଇ ଦିଅନ୍ତୁ। ଏହା ପରେ ଏଥିରେ ଭାତ ଏବଂ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଚୁଲା ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌। ଏହା ଉପରେ ଚିଜ୍‌ ପକାଇ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଅନ୍ତୁ।