Categories: ଖେଳ

ମେଓ୍ବେଦର ଚାଇନା ବକ୍ସିଂ ଟିମ୍‌ର ସ୍ବତନ୍ତ୍ର ପରାମର୍ଶଦାତା ନିଯୁକ୍ତ, ରିଙ୍ଗ୍‌ରେ ରହିଛି ୫୦-୦ ରେକର୍ଡ

ସାଂଘାଇ, ୨୩ା୭ (ଏଏଫ୍‌ପି)- ଚାଇନା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏହାର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଇନିଜ ବକ୍ସିଂ ଫେଡେରେଶନ ଅବସରପ୍ରାପ୍ତ ସୁପରଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କୁ ଚାଇନା ବକ୍ସିଂ ଟିମ୍‌ର ’ସ୍ବତନ୍ତ୍ର ପରାମର୍ଶଦାତା’ ଭାବେ ନିଯୁକ୍ତି ଦେଇଛି। ମେଓ୍ବେଦର କିନ୍ତୁ ତାଙ୍କ ବକ୍ସିଂ ନିଯୁକ୍ତି ସମ୍ପର୍କରେ ସୋସିଆଲ ମିଡିଆ ଆକାଉଣ୍ଟରେ କରି କହିନାହାନ୍ତି। ମେଓ୍ବେଦରଙ୍କ ଭୂମିକା କ’ଣ ରହିବ ସେ ସମ୍ପର୍କରେ ଚାଇନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବକ୍ସିଂ ରିଙ୍ଗ୍‌ରେ ମେଓ୍ବେଦରଙ୍କ ୫୦-୦ ରେକର୍ଡ ରହିଛି। ତନ୍ମଧ୍ୟରେ ୨୭ ନକ୍‌ଆଉଟ୍‌ ବିଜୟ ରହିଛି। ମାତ୍ର ପରବର୍ତ୍ତୀକାଳରେ ୨୦୦୪ ଏଥେନ୍ସରେ ଜୋଉ ଶିମିଂ ଦେଶ ପାଇଁ ପ୍ରଥମ ଅଲିମ୍ପିକ ପଦକ ଆଣିଦେଇଥିଲେ। ତାହା ବ୍ରୋଞ୍ଜ ପଦକ ଥିଲା। ଜୋଉ ପରବର୍ତ୍ତୀ ଦୁଇଟି ଗେମ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଥର ମହିଳା ବକ୍ସିଂକୁ ସାମିଲ କରଯାଇଥିଲା।

Share