Categories: ଜାତୀୟ

ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ସହଯୋଗର ହାତ ବଢାଇଲା ଜେଡି(ଏସ୍‌)

ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ଏଥିରେ ଡିସେମ୍ବର ୧୯ରେ କର୍ନାଟକ ମାଙ୍ଗାଲୁରର ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ ମୃତକଙ୍କ ପରିଜନଙ୍କୁ ୨ ଦିନ ତଳେ ଭେଟିଥିଲେ। ରବିବାର ସେ ହସ୍ପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ଦଳ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସିଏଏ ଆଣିବା ପରେ ଏହାକୁ ନେଇ ସାରା ଦେଶରେ ଲାଗି ରହିଛି ବିକ୍ଷୋଭ। କେତେକ ମହଲରେ ଏହାକୁ ସ୍ବାଗତ କରାଯାଉଥିବା ବେଳେ ଆଉ କେତେକ ମହଲରେ ଏହାର ଘୋର ବିରୋଧ ମଧ୍ୟ କରାଯାଉଛି। ଆଉ ଏହି ବିରୋଧକୁ ନେଇ ଏବେ ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ହୋଇଥିବା କୁହାଯାଉଛି।

Share