Categories: ଜାତୀୟ

ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ପ୍ରେମିକା

ଆଲିଗଡ,୪।୧୧: ଉତ୍ତର ପ୍ରଦେଶ ଆଲିଗଡର ତେରୋଲିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବିଧବା ମହିଳା ଏବେ ତାଙ୍କ ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମହିଳା ଜଣକ ବିବାହ କରିଥିବା ବେଳେ ୩ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ୪ ସନ୍ତାନ ମଧ୍ୟ ରହିଛନ୍ତି। ଏହାପରେ ତାଙ୍କ ପ୍ରେମିକଙ୍କର ମଧ୍ୟ ୨ ବର୍ଷ ହେବ ମୃତ୍ୟୁ ହୋଇ ସାରିଛି। ଏବେ କିନ୍ତୁ ସେ ମନ୍ଦିରରେ ପ୍ରେମିକଙ୍କ ଫଟୋ ସହ ବିବାହ କରିବେ ବୋଲି ଅଡି ବସିଛନ୍ତି। ହେଲେ ଏହାକୁ ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ବାରଣ କରୁଛନ୍ତି। କିନ୍ତୁ ମହିଳା ଜଣକ କହିଛନ୍ତି ମୋ ଜୀବନର ନିଷ୍ପତ୍ତି ମୁଁ ନିଜେ ନେବି। ଏଥିରେ ମୋ ପରିବାର ବା ଅନ୍ୟମାନେ କେହି କିଛି ଭାବିଲେ ସେ ତାକୁ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି। ଆସନ୍ତା ୮ ତାରିଖରେ ସେ ଶିବ ମନ୍ଦିରରେ ବିବାହ କରିବାକୁ ଚାହୁଁଥିବା କଥା ଅତିରିକ୍ତ ଜିଲାପାଳଙ୍କୁ ଲେଖି ଜଣାଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲାପାଳ ଏ ନେଇ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ମହିଳା ଜଣକ ବିବାହ ପାଇଁ କିଛି କାର୍ଡ ମଧ୍ୟ ବାଣ୍ଟି ସାରିଛନ୍ତି ବୋଲି କୁହନ୍ତି।

 

Share