Categories: ଜାତୀୟ

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ ବଡ ବୟାନ ଦେଇଛି। ଭାରତର ପ୍ରତିରକ୍ଷା ବିଶେଷଜ୍ଞ ଏସ୍‌. ପି ସିହ୍ନା କହିଛନ୍ତି, ଓସାମା ବିନ୍‌ ଲାଡେନଙ୍କ ପୁଅ ହମ୍‌ଜା ପାକିସ୍ତାନ ନିକଟରେ ଥିଲେ। ପାକିସ୍ତାନ ତାଙ୍କୁ ସୁରକ୍ଷା ଦେଇଥିଲା। ଏବେ ହମ୍‌ଜାଙ୍କ ମୃତ୍ୟୁ ପାକିସ୍ତାନ ଆମେରିକାଠାରୁ ଲାଭ ଉଠାଇବାର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସିହ୍ନା ଆହୁରି ମଧ୍ୟ କହିଛନ୍ତି କି ହମ୍‌ଜା ପାକିସ୍ତାନ ସେନାଙ୍କୁ ସୁରକ୍ଷା ଦେଉଥିବା ଅନୁମାନ କରାଯାଏ। ହେଲେ ପାକିସ୍ତାନ ଯେଉଁ ଲକ୍ଷ୍ୟ ରଖିଛି ଆମେରିକାଠାରୁ ଅଧିକ ଫାଇଦା ହାସଲ କରିବ ବୋଲି ଭାବିଛି ତାହା ହୁଏତ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Share