ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ଥିଲା ବିଷ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବିଜେବିନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଓ ମୁଣ୍ଡରେ ରହିଥିବା କିଛି ଲେଖାକୁ ନେଇ ପୂରା ଘଟଣା ରହସ୍ୟମୟ ହୋଇପଡିଥିଲା। ଇତିମଦ୍ୟରେ କୃତ୍ତିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଉକ୍ତ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ଆଉ ଏକ ରହସ୍ୟ ସୃଷ୍ଟି କରିଛି। ଆପାର୍ଟମେଣ୍ଟରୁ ଡେଇଁବା ପୂର୍ବରୁ କୃତ୍ତିକାଙ୍କ ଦେହରେ ବିଷାକ୍ତ ପ୍ରଦାର୍ଥ ରହିଥିଲା। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। କୃତ୍ତିକା କ’ଣ ଆତ୍ମହତ୍ୟା କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିଲେ। ଯଦି ନେଇଥିଲେ ତେବେ ସେ ବିଷପିଇ ଆତ୍ମହତ୍ୟା ନ କରି କାହିଁକି ୪ ମହଲାରୁ ଡେଇଁ ମୃତ୍ୟୁକୁ ଆପଣାଇଥିଲେ? ନା କେହି ତାଙ୍କୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଆପାର୍ଟମେଣ୍ଟରୁ ତଳଖୁ ଠେଲି ଦେଇଛନ୍ତି? ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ ନୂଆ କିଛି ଖୁଲାସା କରିବାକୁ ଲାଗିପଡିଛି। ତେବେ ବିଷ ସର୍ମ୍ପକରେ ଅଧିକ ଜାଣିବା ପାଇଁ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ତେଣୁ ପୋଲିସ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛି। ପୋଲିସ କୃତ୍ତିକାଙ୍କ ସ୍କୁଲକୁ ଯାଇ ସାଙ୍ଗମାନଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି।
ବଡ଼ କଥା ହେଲା ମୃତ୍ୟୁ ପୂର୍ବରୁ କୃତ୍ତିକା ଇନ୍‌ଷ୍ଟାଗ୍ରାମରେ ଯେଉଁ ପୋଷ୍ଟ କରିଥିଲେ ତାହା ମୃତ୍ୟୁ ପଛରେ ଅନେକ ଦିଗକୁ ଇସାରା କରୁଥିଲା। କୃତ୍ତିକା ସେଥିରେ ଲେଖିଥିଲେ ଯେ, ବାଏ ବାଏ ପିପୁଲ, ଅର୍ଥାତ ସମସ୍ତଙ୍କୁ ବିଦାୟ। ତାଙ୍କ ସହ ଚାର୍ଟ କରୁଥିବା ଜଣେ ସାଙ୍ଗ ପଚାରିଥିଲେ – କୁଆଡେ ଯାଉଛ? କୃତ୍ତିକା ଲେଖିଥଲେ-ନର୍କ ନ ହେଲେ ସ୍ବର୍ଗ। ପୁଣି ସାଙ୍ଗ ଜଣକ ପଚାରିଥିଲେ ମୋତେ ବି ସାଙ୍ଗରେ ନେଇଯାଆ। କୃତ୍ତିକା ଉତ୍ତର ଦେଇଥିଲେ-ତମକୁ ସାଙ୍ଗରେ ନେବି ନା ନାହିଁ କାଲି ତୁମେ ନିଶ୍ଚିତ ହୋଇଯିବ। ପରଦିନ ରବିବାର ଆସିଲା କୃତ୍ତିକାଙ୍କ ମୃତ୍ୟୁ ଖବର। ଅନ୍ୟପକ୍ଷରେ କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ପୋଲିସ ଅଡୁଆରେ ପଡିଥିବାବେଳେ ଏବେ ପୋଷ୍ଟମର୍ଟମ ରିପୋର୍ଟ ମାମଲାକୁ ଅଧିକ ଜଟିଳ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri