ମୃତ୍ୟୁ ପରେ ମୋ’ ସମ୍ପତ୍ତି ପୁଅଝିଅଙ୍କ ମଧ୍ୟରେ ଅଧାଅଧା ବଣ୍ଟାଯିବ: ଅମିତାଭ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଭଲ ଅଭିନେତା ସାଙ୍ଗକୁ ଜଣେ ଭଲ ପିତା ମଧ୍ୟ। କର୍ମକୁ ସେ ଯେତିକି ପ୍ରାଧାନ୍ୟ ଦେଇଥାନ୍ତି ତା’ଠାରୁ ଅଧିକ ସେ ନିଜର ପରିବାରକୁ ଦେଇଥାନ୍ତି। ପୁଅ ଅଭିଷେକଙ୍କଠାରୁ ସେ ଝିଅ ଶ୍ୱେତାଙ୍କୁ ଅଧିକ ଭଲ ପାଆନ୍ତି। କାରଣ ଝିଅମାନେ ଘରର ଲକ୍ଷ୍ମୀ ବୋଲି ସେ ଭାବନ୍ତି। ତେବେ ଅମିତାଭ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। ସ୍ତ୍ରୀ ଜୟା ନିର୍ବାଚନ ଲଢ଼ିବା ବେଳେ ଏ ନେଇ ଏକ ହିସାବ ଦେଇଥିଲେ। ଦେଶ ତଥା ବିଦେଶରେ ଥିବା ସମସ୍ତ ସମ୍ପତ୍ତିକୁ ମିଶାଇଲେ ଏହା ୪୬୦କୋଟିରୁ ଊର୍ଦ୍ଧ୍ୱ ହେବ। ତାଙ୍କ ମୃତ୍ୟୁ ପରେ ଏହି ସମ୍ପତ୍ତି କ’ଣ ହେବ ଏନେଇ ନିକଟରେ ସେ କହିଛନ୍ତି। ମୃତ୍ୟୁ ପରେ ସମ୍ପତ୍ତି ଦୁଇ ଝିଅପୁଅଙ୍କ ମଧ୍ୟରେ ଅଧା ଅଧା ବଣ୍ଟାହେବ ବୋଲି କେବିସି ମଞ୍ଚରେ ଅମିତାଭ କହିଛନ୍ତି।

Share