ମୃତ୍ୟୁ ଏମିତି ଆସେ : ପାଣି ହାଣ୍ଡିରେ ପଡ଼ି ଶିଶୁଙ୍କ ଜୀବନଗଲା

ଦେବଗଡ଼,୨୦।୧୦(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ୨ ବର୍ଷ ଶିଶୁର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ରବିବାର ସକାଳେ ସାମନ୍ତାପାଲି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ପ୍ରିନ୍ସ (୨) ଘରେ ଖେଳୁଥିବା ସମୟରେ ପାଣିଭର୍ତ୍ତି ଏକ ବଡ଼ ହାଣ୍ଡିରେ ମୁଣ୍ଡ ପୂରାଇ ଦେଇଥିଲେ। ଫଳରେ ହାଣ୍ଡିଟି ଓଲଟି ପଡ଼ିଥିଲା। ଘର ଭିତରେ ଥିବା ତାଙ୍କ ମାଆ ଦୌଡ଼ି ଆସି ତାଙ୍କୁ ପାଣିରୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।