ମୃତ୍ୟୁଞ୍ଜୟଙ୍କ ଶିକ୍ଷାଦାନ ନିଶା

ହାଟଡିହୀ,୨୬ା୨(ଡି.ଏନ.ଏ.)-ମୃତ୍ୟୁଞ୍ଜୟଙ୍କ ବୟସ ୪୦ ବର୍ଷ। ପେସାରେ ଜଣେ ସରକାରୀ ଶିକ୍ଷକ। କିନ୍ତୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ତାଙ୍କର ନିଶା। ଏଥିଲାଗି ସେ କୌଣସି ଅର୍ଥ ନିଅନ୍ତି ନାହିଁ। ୨୦୦୬ ଫେବୃୟାରୀ ୨୩ ତାରିଖରେ ସରକାରୀ ଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତି ମିଳିଲା ା କିନ୍ତୁ ସରକାରୀ ଚାକିରି ପୂର୍ବରୁ ଏବଂ ଏବେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରି ଶିକ୍ଷକ ଜଣକ ନିଜ ଅଞ୍ଚଳରେ ଉଦାହରଣ ପାଲଟିଥିବା ବେଳେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆଦରରେ ଅଭିଭାବକ ଓ ଛାତ୍ରୀଛାତ୍ର ଶିକ୍ଷକଙ୍କୁ ଟୁନୁ ସାର ବୋଲି ଡାକନ୍ତି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମରେ ମୃତ୍ୟୁଞ୍ଜୟ ପଲେଇଙ୍କ ଘର। ସେ ଇଂଲିଶ ଶିକ୍ଷକ ଭାବେ ବେଶ୍‌ ପରିଚିତ। ନିଜ ଗାଁରୁ ଦଶମ ଶ୍ରେଣୀ ପାସ କରି ଭଦ୍ରକ କଲେଜରୁ ଯୁକ୍ତ ୨ ଓ ଯୁକ୍ତ ୩ ପାସ କରିଥିଲେ। ଏଜୁକେଶନରେ ପିଜି କରିବା ସହ ବିଏଡ ମଧ୍ୟ କରିଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ମୃତ୍ୟୁଞ୍ଜୟଙ୍କୁ କାସାଣ୍ଡ୍ରା ସମ୍ମାନ, ଦିଲ୍ଲୀରେ ହିନ୍ଦୀ ଗୌରବ ଆୱାର୍ଡ ମିଳିଛି। ପ୍ରତିଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ମୃତ୍ୟୁଞ୍ଜୟ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଥାନ୍ତି। ୯ଟା ପରେ ଘରକୁ ଯାଇ ଗାଧୋଇ, ଖାଇ ସ୍କୁଲକୁ ବାହାରିଥାନ୍ତି। ୪ଟା ପରେ ସ୍କୁଲରୁ ଫେରି ସାଢ଼େ ୪ଟାରେ ପୁଣି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାନ୍ତି। ରାତି ୮ଟା ବାଜିଲେ ଘରକୁ ଫେରି ପରିବାର ସହ ସମୟ ବିତାନ୍ତି। ଏପରି କଟେ ତାଙ୍କର ନିତିଦିନ। ମୃତ୍ୟୁଞ୍ଜୟ କହିଛନ୍ତି ଯେ, ସମାଜରେ ଶିକ୍ଷାଦାନ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ, ଏହାପାଇଁ ବହୁ ଧୈର୍ଯ୍ୟ ଦରକାର। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଶିକ୍ଷାର ମହତ୍ତ୍ୱ ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚାଇବେ। ଛାତ୍ରୀଛାତ୍ର ଭଲ ମଣିଷ ହେଲେ ତାଙ୍କୁ ସାର୍ଥକତା ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri