ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଦିଲ୍ଲୀରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବା ସହ ଲଗାତର ଖରାପ୍‌ ହେଉଥିବା ସ୍ଥିତିକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଦିଲ୍ଲୀର ସ୍ଥିତିକୁ ନେଇ କୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ହସ୍ପିଟାଲରେ ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରି ଜବାବ ତଲବ କରିଛନ୍ତି। ହସ୍ପିଟାଲରେ ମୃତଦେହକୁ ଯେଉଁଭଳି ଭାବେ କରାଯାଉଛି ତାହା ଅତ୍ୟନ୍ତ ଦୁଃଖ ଦାୟକ। ଦେଶର ରାଜଧାନୀରେ ମୃତଦେହ ରକ୍ଷଣାବେକ୍ଷଣ ଅବସ୍ଥା ଅତ୍ୟନ୍ତ ଖରାପ୍‌। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଉନାହିଁ ବୋଲି କୋର୍ଟ କହିଛନ୍ତି। ଏତଦ୍‌ ବ୍ୟତୀତ କରୋନା ଯାଞ୍ଚ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ପରୀକ୍ଷା ସଂଖ୍ୟା ହ୍ରାସ ପାଇଛି, ଯେଉଁଥିରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ସରକାରୀ ଡାକ୍ତରଖାନାର ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି।

Share