Categories: ଜାତୀୟ

ମୃତଦେହ ଦାହ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍‌ କୋକେଇରୁ ଉଠିପଡି ପାଣି ମାଗିଲେ ଯୁବକ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅମିନାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକ୍ତରଖାନାରେ ମୃତ ଘୋଷିତ ହୋଇଥିବା ଜଣେ ଯୁବକ କୋକେଇରୁ ଉଠିପଡି ପାଣିମାଗି ପିଇବା ପରେ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ପୁଣି ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ସଞ୍ଜୟ(୨୮) ନାମକ ଜଣେ ଯୁବକଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫ ଦିନ ଧରି ସେଠାରେ ରହିବା ପରେ ରବିବାର ସକାଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ସଞ୍ଜୟଙ୍କ ମୃତଦେହ ଘରକୁ ଆଣି ଦାହ ପାଇଁ ପ୍ରସ୍ତୁତି କରୁଥିବାବେଳେ ହଠାତ୍‌ ସେ ଆଖି ଖୋଲି ପାଣି ପିଇବା ପାଇଁ ଠାରରେ କହିଥିଲେ। ଏହାଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share