ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି ମୂଳାକୁ କେତେଗୁଡିଏ ଖାଦ୍ୟ ସହ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି।
କ୍ଷୀର: ମୂଳା ବା ମୂଳାରେ ପ୍ରସ୍ତୁତ ଯେ କୌଣସି ଖାଦ୍ୟକୁ କ୍ଷୀର ସହ ଖାଇବା ଅନୁଚିତ୍‌। କାରଣ କ୍ଷୀର ସହ ଲୁଣ ଅବା ଖଟା ଖାଇବାକୁ ଯେମିତି ବାରଣ କରାଯାଇଥାଏ ଠିକ୍‌ ସେମିତି ମୂଳା ଖାଇବାକୁ ମଧ୍ୟ ବାରଣ କରାଯାଏ। କାରଣ ମୂଳା ଓ କ୍ଷୀର ଏକାଠି ମିଶିଲେ ଶରୀରରେ ବିଷକ୍ରିୟା ସୃଷ୍ଟି କରିଥାଆନ୍ତି। ତେଣୁ ମୂଳା ଖାଇବାର ଅତିକମ୍‌ରେ ୨ ଘଣ୍ଟା ପରେ କ୍ଷୀର ଖାଇବା ଭଲ। ନଚେତ୍‌ ଏହା ଚର୍ମ ରୋଗ ସୃଷ୍ଟି କରିଥାଏ।
ସନ୍ତରା: ମୂଳା ସହ ସନ୍ତରା ଖାଇବା ଅନୁଚିତ୍‌। ଏହାକୁ ଏକାଠି ଖାଇଲେ ପେଟ ସମସ୍ୟା ଦେଖାଦେଇଥାଏ।
କଲରା: ମୂଳା ସହ କଲରା ଖାଇଲେ ହୃଦରୋଗ ସମ୍ଭାବନା ବୃଦ୍ଧି ପାଇଥାଏ। ଏହାସହ ଶ୍ୱାସପ୍ରଶ୍ୱାସ ସମ୍ପର୍କିତ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।