Categories: ଜାତୀୟ

ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର

ଲକ୍ଷ୍ନୌ, ୧୦।୬: ସମାଜବାଦୀ ପାର୍ଟି ନେତା ମୂଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଫଳରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ଅଚାନକ ମୂଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ତାଙ୍କୁ ତୁରନ୍ତ ଲୋହିଆ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ମୂଲାୟମଙ୍କ ବ୍ଲଡ ସୁଗାର ମାତ୍ରା ବଢିଯିବା ସହ ହାଇପର୍‌ ଗ୍ଲାଇସିମିୟା ସମସ୍ୟା ଥିଲା ବୋଲି ଚିକିତ୍ସା କରୁଥିବା ଡା ଭୁବନ ଚନ୍ଦ୍ର ତିଓ୍ବାରୀ ସୂଚନା ଦେଇଛନ୍ତି। ସ୍ବସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଛି। ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ତାଙ୍କ ଭାଇ ଶିବପାଲ ଯାଦବ ଉପସ୍ଥିତ ଥିଲେ।

Share