Categories: ବାଣିଜ୍ୟ

ମୂର୍ତ୍ତି ପରେ ଘରେ ପହଞ୍ଚୁଛି ଚାଇନା ଧୂପବତି;ସଙ୍କଟରେ ଭାରତୀୟ ଘରୋଇ ଉଦ୍ୟୋଗ

ନୂଆଦିଲ୍ଲୀ,୩୦-୮: ଭାରତୀୟ ଘରେ ଏବେ ମୂର୍ତ୍ତି ପରେ ଚାଇନା ନିର୍ମିତ ଧୂପବତି ପହଞ୍ଚତ୍ବାରେ ଲାଗିଛି। ଏହା ଏବେ ଏଭଳି ସ୍ଥିତିରେ ପହଞ୍ଚତ୍ଲାଣି ଯେ, ଦେଶର ଘରୋଇ ଅଗରବତୀ ଶିଳ୍ପ ସଙ୍କଟ ଘେରକୁ ଆସିଗଲାଣି। ଚାଇନାରୁ ଧୂପବତି ଆମଦାନୀ ବହୁ ହଜାର ଗୁଣା ବଢ଼ିଗଲାଣି।
ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ(କେଭିଆଇସି)ର ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଚାଇନା ଓ ଭିଏତନାମରୁ ବିପୁଳ ମାତ୍ରାରେ ଧୂପବତି ଭାରତକୁ ଆସୁଛି। ୨୦୧୮ରେ ଭାରତର ଏହି ଶିଳ୍ପ ୬୦୦୦ କୋଟି ଟଙ୍କା ଥିବା ବେଳେ କେବଳ ଚାଇନାରୁ ୮୦୦ କୋଟି ଟଙ୍କାର ଧୂପବତି ଭାରତକୁ ଆମଦାନୀ କରାଯାଇଛି। ଏଥିରେ କଞ୍ଚା ଧୂପ ଓ ବାଉଁଶ କାଠି ସାମିଲ ରହିଛି। କେଭିଆଇସି ଅଧ୍ୟକ୍ଷ ବି.କେ.ସାକ୍ସେନାଙ୍କ କହିବାନୁଯାୟୀ, ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ କମ୍‌ ବାଉଁଶ କାଠି ବିଦେଶରୁ ଆମଦାନୀ ହେଉଥିଲା। ଯାହା ୨୦୧୧ରେ ଆମଦାନୀ ଶୁଳ୍କ ହ୍ରାସ ପରେ ୨୦୧୪ରୁ ୨୦୧୮ ମଧ୍ୟରେ ବଢ଼ି ୧୨୯ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଭଳି ଭାବେ ଭାରତରେ ୨୦୦୯ରେ ୩୧ କୋଟି ଟଙ୍କାର କଞ୍ଚା ଧୂପବତି ଆମଦାନୀ ହୋଇଥିଲା, ଯାହା ୨୦୧୮ରେ ବଢ଼ି ୫୪୬ କୋଟି ଟଙ୍କା ହୋଇଛି। କେବଳ ଚାଇନାରୁ କଞ୍ଚା ଧୂପବତି ଆମଦାନୀ ୨୦୧୧ରେ ୧.୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮ରେ ୨୧୨ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଗତ ୭ ବର୍ଷ ଭିତରେ ଚାଇନାର ଧୂପବତି ଆମଦାନୀ ୧୨,୩୭୦ ଗୁଣା ବଢ଼ିଯାଇଛି। ୨୦୦୯ରେ ମାତ୍ର ୨ ପ୍ରତିଶତ କଞ୍ଚା ଧୂପବତି ଆମଦାନୀ ହେଉଥିଲା ବେଳେ ଆଜି ୮୦ ପ୍ରତିଶତରେ ପହଞ୍ଚତ୍ୟାଇଛି। ସୂଚନାଥାଉ କି, ୨୦୧୧ରେ କଞ୍ଚା ଧୂପବତି ଆମଦାନୀ ଶୁଳ୍କକୁ ୩୦ରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଥିଲା। ୨୦୧୮ରେ ଇଣ୍ଡୋ-ଏସିଆନ ମୁକ୍ତ ବାଣିଜ୍ୟ ଚୁକ୍ତି ବଳରେ ଏହାକୁ ୫%କୁ ହ୍ରାସ କରାଯାଇଥିଲା। ଫଳରେ କଞ୍ଚା ଧୂପବତି କେଜି ୭୦ରୁ ୪୮ ଟଙ୍କାକୁ ହ୍ରାସ ପାଇଛି। ଏହା ଘରୋଇ ଶିଳ୍ପ ପାଇଁ ସଙ୍କଟର କାରଣ ହୋଇଛି। ଏସମ୍ପର୍କରେ ଜାଣିବା ପରେ ସରକାରଙ୍କ ନିଦ ଭାଙ୍ଗିଛି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରାଯାଉଛି। ନିକଟ ଭବିଷ୍ୟତରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ବାଉଁଶ କାଠି ଅଥବା କଞ୍ଚା ଧୂପବତି ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ନେଇ ନିଷ୍ପତ୍ତି ନିଆଯିବ।

Share