ମୁହାଣ ଅବରୋଧ:ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ବାଲିଆପାଳ, ୧୧ା୯(ଡି.ଏନ.ଏ.)-କୌଣସି ନଦୀର ମୁହାଣକୁ ଅବରୋଧ କରାଯାଇପାରିବ ନାହିଁ। ଏହା ଆଇନତଃ ଦଣ୍ଡନୀୟ କାର୍ଯ୍ୟ। ଏପରି କି ମୁହାଣରେ ଜାଲ ବସାଇ ଜାଆଁଳ ଧରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖାର ହଂସକରା, ବାହାବଳପୁର ମୁହାଣକୁ ବେଆଇନ ଭାବେ ଅବରୋଧ କରାଯିବା ଯୋଗୁ ମତ୍ସ୍ୟଜୀବୀମାନେ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି। ଏହି ମୁହାଣ ଉପରେ ନିର୍ଭର କରି ମାଛ ଧରି ପରିବାର ପୋଷୁଥିବା ମତ୍ସ୍ୟଜୀବୀଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇପଡିଛି।
ସମୁଦ୍ରରେ ଜୁଆର ଆସିଲେ ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣ ଦେଇ ସମୁଦ୍ରଜଳ ନଦୀ ମଧ୍ୟକୁ ଆସିଥାଏ। ଏଥିରେ ବିପୁଳ ପରିମାଣର ମାଛ, କଙ୍କଡା ଜାଆଁଳ ମୁହାଣକୁ ଆସିଥାନ୍ତି। ଏଥିସହ ମୁହାଣ ଦେଇ ନଦୀର ମଧୁରଜଳ ସମୁଦ୍ରରେ ମିଶିଥାଏ। ଏଥିଲାଗି ବର୍ଷାଋତୁ ଆରମ୍ଭରେ ପ୍ରଚୁର ପରିମାଣର ଇଲିଶି, ଚିଙ୍ଗୁଡି ଆଦି ମାଛ ଜାଆଁଳ ଦେବା ପାଇଁ ମୁହାଣକୁ ଆସିଥାନ୍ତି। କେତେକ ଚିଙ୍ଗୁଡି ଚାଷୀ ସ୍ଥାନୀୟ ଲୋକଙ୍କ ସହାୟତାରେ ମୁହାଣର ଉଭୟ ପାର୍ଶ୍ୱକୁ ଅବରୋଧ କରି ବିଭିନ୍ନ ଉପାୟରେ ଜାଆଁଳ ଧରି ନେଇଯାଉଛନ୍ତି। ଚିଙ୍ଗୁଡି ଚାଷର ଚାହିଦା ଅଧିକ ଥିବାରୁ ସେମାନେ ଏପରି କରୁଥିବା କୁହାଯାଉଛି। ସୁବର୍ଣ୍ଣରେଖା, ହଂସକରା, ବାହାବଳପୁର ଆଦି ମୁହାଣରୁ ଧରାଯାଉଥିବା ଚିଙ୍ଗୁଡି ଜାଆଁଳର ଆକାର ଏତେ ଛୋଟ ଯେ ସେସବୁକୁ ଧରିବା ପାଇଁ ସ୍ଥାନୀୟ ଲୋକମାନେ ମଶାରି ଜାଲ ବ୍ୟବହାର କରିଥାନ୍ତି ା ଏହି ମଶାରି ଜାଲରେ ଚିଙ୍ଗୁଡି ଜାଅଁାଳ ସମେତ ଇଲିଶି, ବେକଟି, ଖୁରାଣ୍ଟ, କୁଣ୍ଡଳ ଆଦି ମୂଲ୍ୟବାନ ମାଛର ଜାଆଁଳ ଓ କଙ୍କଡା ଜାଆଁଳ ବହୁ ସଂଖ୍ୟାରେ ପ୍ରତିଦିନ ଧରାପଡି ମରିଯାଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି ା ସାଧାରଣତଃ ମାଛ, ଚିଙ୍ଗୁଡି ଓ କଙ୍କଡା ଗର୍ଭଧାରଣ ପରେ ପରେ ମୁହାଣ ବାଟେ ନଦୀର ମଧୁର ଜଳକୁ ଯାଇ ସେଠାରେ ଅଣ୍ଡା ଦେବା ପରେ ସମୁଦ୍ରକୁ ପୁଣି ଫେରିଯାଇଥାନ୍ତି। ଏସବୁ ମୁହାଣ ଅବରୋଧ ଯୋଗୁ ମାଛବଂଶ ହ୍ରାସ ପାଇବାରେ ଲାଗିଛି। ଫଳରେ ଯେଉଁ ମାଛ, କଙ୍କଡା ନଦୀ ମୁହାଣକୁ ଅଣ୍ଡାଦେବାକୁ ଯାଉଛନ୍ତି, ସେମାନେ ଆଉ ମୁହାଣରୁ ଫେରି ପାରୁନାହାନ୍ତି। ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ପ୍ରକାଶ ଚନ୍ଦ୍ର ଗିରିଙ୍କୁ ଯୋଗାଯୋଗ କରାଯିବାରୁ ଏହାକୁ ରୋକିବା ଲାଗି ଆଇନକୁ କଡାକଡି କରାଯିବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri