ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅଦ୍ୱୈତ୍ୟ ପ୍ରସାଦଙ୍କ ପୁଅ ରଜନୀକାନ୍ତ ସିଂ ବିଜେଡି ପ୍ରାର୍ଥୀ ଭାବେ ଏଠାରୁ କ୍ରମାଗତ ବିଜୟଲାଭ କରିଆସୁଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ୪ର୍ଥ ବିଜୟ ଏକ ରେକର୍ଡ। କିନ୍ତୁ ଦଳ ଏଠାରେ ଜିତୁଥିଲେ ବି କ୍ରମାଗତ ଭାବେ ଭୋଟ ହାର ହ୍ରାସ ପାଉଛି। ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି। ୨୦୦୯ରୁ ୨୦୧୪ ମଧ୍ୟରେ ବିଜେଡି ଅନୁଗୋଳରେ ୨ ପ୍ରତିଶତ ଭୋଟରଙ୍କୁ ହରାଇଛି। ସେହିପରି ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଦଳ ୬ ପ୍ରତିଶତ କମ୍ ଭୋଟ ପାଇଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ହାର ୧୫ ପ୍ରତିଶତ ହ୍ରାସ ପାଇଥିଲେ ବି ଦଳୀୟ ପ୍ରାର୍ଥୀ ଅମାନତ ହରାଇବାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିଜୟଠାରୁ ୮୮୨୩ ଭୋଟ ଦୂରରେ ରହିଥିବା ଭାଜପା ସର୍ବାଧିକ ଲାଭବାନ ହୋଇଛି। ୨୦୧୪ ତୁଳନାରେ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୨୨ ପ୍ରତିଶତ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
୨୦୦୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍ ୧ଲକ୍ଷ ୨୩ ହଜାର ୫୨୧ ମତଦାତା ମତଦାନ କରିଥିଲେ। ଭୋଟ୍ ହାର ଥିଲା ୬୭.୫। ସେଥିରୁ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ୪୯.୭୦ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ମୋଟ୍ ୬୧,୩୮୧ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ସଂଗ୍ରାମ କେଶରୀ ମିଶ୍ର ୩୩.୧୩ ପ୍ରତିଶତ ଅର୍ଥାତ୍ ୪୦,୯୧୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ହୋଇଥିବା ମୀନକେତନ ଅମାନ୍ତ ମାତ୍ର ୯.୫୦ ପ୍ରତିଶତ ଭୋଟ ପାଇପାରିଥିଲେ। ତାଙ୍କୁ ମାତ୍ର ୧୧,୭୩୧ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ୨୦୧୪ରେ ମୋଟ୍ ୧ଲକ୍ଷ ୫୧ ହଜାର ୧୯୨ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବାବେଳେ ମତଦାନ ହାର ଥିଲା ୭୭.୦୮। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ସିଂ ୪୭.୮୭ ପ୍ରତିଶତ ଅର୍ଥାତ୍ ୭୨,୩୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦ୍ୱିତୀୟ ସ୍ଥାନରେ ଥିଲେ ବି ଦଳ ପୂର୍ବଥର ଅପେକ୍ଷା ୧ ପ୍ରତିଶତ ଅଧିକ ଭୋଟ ପାଇଥିଲା। ପ୍ରତାପଙ୍କୁ ୩୪.୪୨ ପ୍ରତିଶତ ଅର୍ଥାତ୍ ୫୨୦୩୬ ଭୋଟ ମିଳିଥିଲା। ଭାଜପା ଭୋଟ ହାର ମଧ୍ୟ ୪ ପ୍ରତିଶତ ବଢ଼ି ୧୩.୧୯ ହୋଇଥିଲା। ଦଳୀୟ ପ୍ରାର୍ଥୀ ଥିବା ମୀନକେତନ ଅମାନ୍ତ ୧୯,୯୪୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ତେବେ ୨୦୧୯ ନିର୍ବାଚନରେ ଦଳୀୟ ଭୋଟ ହାରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବିଜେଡି ନିଜର ୬ ପ୍ରତିଶତ ଭୋଟରଙ୍କୁ ହରାଇଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ୧୫ ପ୍ରତିଶତ ହ୍ରାସ ପାଇ ଏକାବେଳେ ତୃତୀୟ ସ୍ଥାନକୁ ଖସି ଆସିଛି। ଭାଜପା ତୃତୀୟରୁ ୨୨ ପ୍ରତିଶତ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଭୋଟ ହାରରେ ଏପରି ହ୍ରାସ ବୃଦ୍ଧି ସତ୍ତ୍ୱେ ବିଜେଡି ନିଜ ଗଡ଼ ବଜାୟ ରଖିଛି। ଚଳିତଥର ଜିଲାରେ ୧ ଲକ୍ଷ ୬୩ ହଜାର ୬୪୯ ଜଣ ମତଦାତା ମତଦାନ କରିଛନ୍ତି। ଭୋଟ ପ୍ରତିଶତ ରହିଛି ୭୭.୩୭। ସେଥିରୁ ୪୧.୩୬ ପ୍ରତିଶତ ଅର୍ଥାତ୍ ୬୫,୩୮୮ ଖଣ୍ଡ ଭୋଟ ପାଇ ରଜନୀକାନ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୧୯.୩୪ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ମାତ୍ର ୩୦,୫୭୨ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ଛାଡ଼ି ଭାଜପାରୁ ଲଢ଼ିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ୩୫.୭୮ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ୫୬,୫୬୫ ମତଦାତା ଭୋଟ ଦେଇ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି।
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…
ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ
ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...
ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ
ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...
ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…
ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ସକାଳୁ ସକାଳୁ ବାଜିଲା ଗୁଳି….
ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...
Archives


