‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ପ୍ରଶଂସା

ମୁମ୍ବାଇ: କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ସହ ଲଢ଼େଇ କରିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡ୍‌ ତାରକାମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବାସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ମଧ୍ୟ ସଚେତନ କରୁଛନ୍ତି। ନିକଟରେ ଦେଶବାସୀଙ୍କ ମନୋବଳକୁ ବଢ଼ାଇବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ନିର୍ଦ୍ଦେଶକ ଜ୍ୟାକି ଭାଗନାନି ଏକ ଗୀତ ରିଲିଜ୍‌ କରିଥିଲେ। ଏହି ଗୀତର ନାଁ ହେଉଛି ‘ମୁସ୍କୁରାଏଗା ଇଣ୍ଡିଆ’ ତେବେ ଦେଶବାସୀଙ୍କୁ ଆଶାର କିରଣ ଦେଖାଉଥିବା ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରି ମୋଦି କହିଛନ୍ତି, ‘ପୁଣି ଥରେ ହସିବ ଭାରତ,ପୁଣି ଜିତିବ ଭାରତ, ଭାରତ ଲଢ଼ିବ ଏବଂ ଜିତିବ ମଧ୍ୟ। ଏହା ଆମ ଫିଲ୍ମ ତାରକାମାନଙ୍କ ବହୁତ ପ୍ରଶଂସନୀୟ ପ୍ରୟାସ ବୋଲି ମୋଦି କହିଛନ୍ତି।

Share