ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ ବାସ କରୁଥିବା ମୁସଲମାନ ସମୁଦାୟର ଲୋକେ ଚାନ୍ଦା ଆଦାୟ କରି ଏହି ମନ୍ଦିରକୁ ପୁଣି ନିର୍ମାଣ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦୀପାବଳି ଅବସରରେ ମୌଲବୀ ଏହି ମନ୍ଦିରକୁ ଉଦ୍‌ଘାଟନ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇ ବର୍ଷ ପୂର୍ବେ ରାସ୍ତା ଚଉଡା କରିବା ପାଇଁ କାଳୀ ମନ୍ଦିରକୁ ଭାଙ୍ଗିଦିଆଯାଇଥିଲା। ଟଙ୍କା ଅଭାବରୁ ମନ୍ଦିର ନିର୍ମାଣ କରିବା ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ମୁସଲମାନ ସମ୍ପ୍ରଦାୟଙ୍କ ସହାୟତାରେ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଛିି ବୋଲି ସେମାନେ ମତ ଦେଇଛନ୍ତି।

Share