Categories: ଜାତୀୟ

ମୁସଲମାନ୍‌ ଭାରତମାତାର ସନ୍ତାନ; ସରକାର ନୁହଁନ୍ତି ଅଳ୍ପସଂଖ୍ୟକଙ୍କ ବିରୋଧୀ: ରାଜନାଥ ସିଂ

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଳ୍ପସଂଖ୍ୟକଙ୍କ ବିରୋଧୀ ନୁହଁନ୍ତି। ମୁସଲମାନ୍‌ ଭାରତମାତାର ସନ୍ତାନ। ଅଳ୍ପସଂଖ୍ୟକଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିବା ଅଯଥା ଭୟ ଦୂର ପାଇଁ ମୋଦି ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ମୋଦିଙ୍କ ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ସରକାର ଏଦିଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଅଳ୍ପସଂଖ୍ୟକଙ୍କୁ ଭ୍ରମାତ୍ମକ ସୂଚନା ଦିଆଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଜାତି, ଧର୍ମ ଅବା ବର୍ଣ୍ଣ ନେଇ ଭେଦଭାବ ସୃଷ୍ଟି କରୁଥିବା ନକାରାତ୍ମକ ଶକ୍ତି ବିରୋଧରେ ଭାଜପା ସରକାର କାମ କରୁଛି ବୋଲି ସେ କହିଛନ୍ତି। ଦେଶରେ ସାମ୍ପ୍ରଦାୟିକ ରାଜନୀତି କରିବାକୁ ଭାଜପା ସରକାର ବିରୋଧ କରୁଥିବା ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share