Categories: ଜାତୀୟ

ମୁଲାୟମ୍‌ଙ୍କ ମର୍ସିଡିଜ୍‌ ଗାଡ଼ି ଯୋଗୀ ସରକାର ନେବେ ଫେରାଇ

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବଙ୍କ ସରକାରୀ ଏସ୍‌ୟୁଭି ମର୍ସିଡିଜ୍‌ ଗାଡ଼ିକୁ ଏବେ ଫେରାଇ ନିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ମୁଲାୟମଙ୍କ ଗାଡ଼ିରେ କିଛି ଯାନ୍ତ୍ରିକ ତ୍ରୁଟି ରହିଛି। ଏନେଇ ଇଷ୍ଟେଟ୍‌ ବିଭାଗକୁ କୁହାଯାଇଥିଲା। ଏହାର ମରାମତି ଲାଗି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ଇଷ୍ଟେଟ୍‌ ବିଭାଗ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏସ୍‌ୟୁଭି ମର୍ସିଡିଜ୍‌ ଗାଡ଼ିକୁ ଫେରାଇ ନେଇ ମୁଲାୟମ୍‌ଙ୍କୁ ଅନ୍ୟ କୌଣସି ଗାଡ଼ି ଦିଆଯିବ ବୋଲି କୁହାଯାଉଛି।

Share