Posted inଖେଳ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୨୦ ଓଭରରେ ୯ ଉଇକେଟ ହରାଇ ୧୨୮ ରନରେ ସୀମିତ ରହି ଆତ୍ମସମର୍ପଣ କରିଥିଲା। ଦ୍ରୁତ ୩୨ ରନ କରିବା ସହ ୧୭ ରନ ବ୍ୟୟ କରି ଗୋଟିଏ ଉଇକେଟ ଅକ୍ତିଆର କରିଥିବା ମୁମ୍ବାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ମୁମ୍ବାଇ ଦିଲ୍ଲୀକୁ ହଟାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମୁମ୍ବାଇ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ୬ ବିଜୟ ଓ ୩ ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୪ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଖସିଛି।

୧୬୯ ରନ ଆଭରେଜ୍‌ ଟାର୍ଗେଟର ପିଛା କରି ଦିଲ୍ଲୀ ଭଲ ଆରମ୍ଭ କରିଥିଲେ ମଧ୍ୟ ପରେ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନିଂ ଯୋଡିରେ ପୃଥ୍ବୀ ଶ ଓ ଅଭିଜ୍ଞ ଶିଖର ଧାଓ୍ବନ୍‌ ୩୯ ବଲରୁ ୪୯ ରନ ସଂଗ୍ରହ କରିଥିଲେ। ୨୨ଟି ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହ ୩୫ ରନ କରି ଧାଓ୍ବନ ଆଉଟ ହେବା ପରେ ନିୟମିତ ବ୍ୟବଧାନରେ ଉଇକେଟ ପତନ ହୋଇଥିଲା। ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ପୃଥ୍ବୀ ୨୦, ଅକ୍ଷର ପଟେଲ ୨୬, କ୍ରିସ୍‌ ମୋରିସ ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। କଲିନ୍‌ ମୁନରୋ ୩, ଅଧିନାୟକ ଶ୍ରେୟାସ ଆୟର ୩, ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୭, କାଗିସୋ ରାବାଡ଼ା ୯ ରନ କରି ଆଉଟ ହୋଇଥିବା ବେଳେ କିମୋ ପଲ ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ୍‌ ହୋଇଥିଲେ। ଅମିତ୍‌ ମିଶ୍ରା ୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ମୁମ୍ବାଇ ତରଫରୁ ରାହୁଲ ଚହର ୩, ଯଶପ୍ରୀତ ବୁମ୍‌ରା ୨, ହାର୍ଦ୍ଦିକ ପାଣ୍ଡ୍ୟା, ଲସିଥ ମାଲିଙ୍ଗା, କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଜବରଦସ୍ତ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ଓପ୍‌ନିଂ ଯୋଡିରେ ୩୭ ବଲରୁ ୫୭ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ସ୍ବଳ୍ପ ରନ୍‌ ମଧ୍ୟରେ ୩ଟି ଉଇକେଟର ପତନ ହେବାରୁ ରନ୍‌ ସଂଗ୍ରହ ହାର କମିଥିଲା। ରୋହିତ୍‌ ୩୦ ରନ (୨୨ବଲ, ୩ ଚୌକା, ୧ ଛକା), ବେନ୍‌ କଟିଂ ୨ ରନ କରି ଯଥାକ୍ରମେ ଅମିତ୍‌ ମିଶ୍ରା, ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଡିକକ୍‌ ୨୭ ବଲରୁ ୨ ଚୌକା ଓ ୨ ଛକା ସହାୟତାରେ ୩୫ ରନକରି ଜମିଆସୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୨୭ ବଲରୁ ୨୬ ରନ କରି  କାଗିସୋ ରାବାଡ଼ାଙ୍କ ଶିକାର ହୋଇଥିଲେ। ୧୫.୧ ଓଭରରେ ୪ ଉଇକେଟ ହରାଇ ଦଳ ମାତ୍ର ୧୦୪ ରନ ସଂଗ୍ରହ କରିଥିଲା। ତେବେ ପଞ୍ଚମ ଉଇକେଟ ଯୋଡିରେ ଦୁଇ ଭାଇ ହାର୍ଦ୍ଦିକ ଓ କ୍ରୁନାଲ ପାଣ୍ଡ୍ୟା ମାତ୍ର ୨୬ଟି ବଲରୁ ଦ୍ରୁତ ୫୪ ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ୧୫ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ୩ ଛକା ସହ ୩୨ ରନ କରି ହାର୍ଦ୍ଦିକ ଉଇକେଟକିପର ପନ୍ତଙ୍କୁ କ୍ୟାଚ୍‌ ଦେଇ ରାବାଡ଼ାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୨୬ ବଲରୁ ୫ ଚୌକା ସହ ୩୭ ରନ କରି କ୍ରୁନାଲ ଅପରାଜିତ ରହିଥିଲେ। କିରନ ପୋଲାର୍ଡ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ରାବାଡ଼ା ୨, ମିଶ୍ରା ଓ ଅକ୍ଷର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୮/୫

(କ୍ରୁନାଲ- ୩୭*, ଡିକକ୍‌- ୩୫, ହାର୍ଦ୍ଦିକ- ୩୨, ରୋହିତ- ୩୦, ସୂର୍ଯ୍ୟକୁମାର- ୨୬, ରାବାଡ଼ା- ୨/୩୮, ମିଶ୍ରା-୧/୧୮, ଅକ୍ଷର- ୧/୧୭)।

ଦିଲ୍ଲୀ କ୍ୟାପିଟାଲ ୨୦ ଓଭରରେ ୧୨୮/୯

(ଧାଓ୍ବନ- ୩୫, ଅକ୍ଷର- ୨୬, ପୃଥ୍ବୀ- ୨୦, ମୋରିସ- ୧୧, ଚହର- ୩/୧୯, ବୁମ୍‌ରା- ୨/୧୮)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri