Posted inଖେଳ

ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ, ୨୯।୧୧- କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଗୁରୁବାର ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶଧନ କ୍ରୟ କରିଛି। ଏଥିସହିତ ମୁମ୍ବାଇ ସିଟି ଏଫସି ସିଟି ଫୁଟବଲ ଗୃପ ନେଟୱର୍କର ଅଷ୍ଟମ କ୍ଲବ ବିବେଚିତ ହୋଇଛି। ସିଟି ଫୁଟବଲ ଗୃପ ଏବେ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶର ମାଲିକାନା ହାସଲ କରିଛି। ତେଣୁ ବର୍ତ୍ତମାନର ସେୟାରହୋଲଡ଼ର ଅଭିନେତା ରଣବୀର କପୁର ଓ ବିମଲ ପାରେଖଙ୍କ ପାଖରେ ବଳକା ୩୫ ପ୍ରତିଶତ ଅଂଶଧନ ରହିଛି। ମୁମ୍ବାଇଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଫୁଟବଲ ସ୍ପୋଟର୍‌ସ ଡେଭେଲପମେଣ୍ଟ ଲିମିଟେଡ଼ (ଏଫଏସଡିଏଲ) ଏବଂ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ଏବଂ ସିଟି ଫୁଟବଲ ଗୃପର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଫେରାନ ସୋରିଆନୋ ଏହା ପ୍ରକାଶ କରିଛନ୍ତି।
“ଆମେ ବିଶ୍ୱର ଫୁଟବଲ ଶକ୍ତିକେନ୍ଦ୍ରକୁ ଭାରତକୁ, ଇଣ୍ଡିଆନ ସୁପର ଲିଗକୁ ଏବଂ ଭାରତୀୟ ଫୁଟବଲକୁ ସ୍ବାଗତ ଜଣାଉଛୁ। ଏହା ଏକ ଐତିହାସିକ କ୍ଷଣ, କାରଣ ପ୍ରଥମ ଥର ପାଇଁ ଏକ ୟୁରୋପିଆନ କ୍ଲବ କୌଣସି ଭାରତୀୟ କ୍ଲବରେ ବହୁସଂଖ୍ୟକ ଅଂଶଧନ କ୍ରୟ କରିଛି। ଏହା ଭାରତୀୟ ଫୁଟବଲ ହାସଲ କରିଥିବା ଉତ୍କର୍ଷ ଓ ଭାରତୀୟ ଫୁଟବଲକୁ ନେଇ ଆମର ପ୍ରତିବଦ୍ଧତା ତଥା ଦୁରଦୃଷ୍ଟିକୁ ପ୍ରମାଣିତ କରିବା ସହ ଭାରତରେ ଫୁଟବଲର ବଢୁଥିବା ଲୋକପ୍ରିୟତା ଓ ଜନସମର୍ଥନର ପରିଚାୟକ“ ବୋଲି ନୀତା ପ୍ରକାଶ କରିଛନ୍ତି। ଭାରତରେ ସିଟି ଫୁଟବଲ ଗୃପକୁ ସ୍ବାଗତ ଜଣାଇବା ସହିତ ଏହି ଐତିହାସିକ ସହବନ୍ଧନ ଦ୍ୱାରା ମୁମ୍ବାଇ ସିଟି ଏଫସି ଦଳ ଓ ଭାରତୀୟ ଫୁଟବଲ ବେଶ ଲାଭାନ୍ବିତ ହେବ ବୋଲି ନୀତା କହିଛନ୍ତି। “ଏହି ଅଧିଗ୍ରହଣ ଓ ପୁଞ୍ଜିନିବେଶ ମୁମ୍ବାଇ ସିଟି ଏଫସି, ସିଟି ଫୁଟବଲ ଗୃପ ଓ ଭାରତୀୟ ଫୁଟବଲ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆମର ବିଶ୍ୱାସ ରହିଛି। ଭାରତରେ ଫୁଟବଲର ଭବିଷ୍ୟତ ଓ ମୁମ୍ବାଇ ସିଟି ଏଫସି ପାଇଁ ସିଟି ଫୁଟବଲ ଗୃପ ପ୍ରତିବଦ୍ଧ। ଆମେ ମୁମ୍ବାଇ ସିଟି ଏଫସିର ପ୍ରଶଂସକ ଓ ସ୍ଥାନୀୟ ସମୁଦାୟରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବେଶ ଉତ୍ସୁକ ଏବଂ ଆମର ସହ-ମାଲିକ ମାନଙ୍କ ସହିତ ଏକାଠି କାର୍ଯ୍ୟ କରି କ୍ଲବର ତ୍ୱରିତ ବିକାଶ ଦିଗରେ ଆମେ ପ୍ରଚେଷ୍ଟା କରିବୁ” ବୋଲି ସିଟି ଫୁଟବଲ ଗୃପର ଅଧ୍ୟକ୍ଷ ଖଲଦୋନ ଅଲ ମୁବାରକ କହିଛନ୍ତି। ସିଟି ଫୁଟବଲ ଗୃପ ପକ୍ଷରୁ ସିଟି ଫୁଟବଲ ଗୃପ ଇଣ୍ଡିଆର ମୁଖ୍ୟ ଭାବେ ବରିଷ୍ଠ ଉପସଭାପତି ଡେମିୟନ ବିଲୋବୀଙ୍କ ନାମ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସିଟି ଫୁଟବଲ ଗୃପ ବିଶ୍ୱର ଅଗ୍ରଣୀ ଫୁଟବଲ କ୍ଲବସମୂହର ସଞ୍ଚାଳକ ଏବଂ ଏହାର ମାଲିକାନାରେ ରହିଥିବା କ୍ଲବଗୁଡିକ ମଧ୍ୟରେ ରହିଛି ଇଂଲିଶ ପ୍ରିମିୟର ଲିଗ ଚମ୍ପିୟାନ ମଞ୍ଚେଷ୍ଟର ସିଟି ଏଫସି ସମେତ ଆମେରିକାର ନ୍ୟୁୟର୍କ ସିଟି, ଅଷ୍ଟ୍ରେଲିଆର ମେଲବର୍ନ ସିଟି ଏଫସି, ଜାପାନର ୟୋକହାମା ଏଫ ମଇରିନୋ, ଉରୁଗୁଏର କ୍ଲବ ଏଟଲେଟିକୋ ଟର୍କ, ସ୍ପେନର ଗିରୋନା ଏଫସି ଏବଂ ଚୀନର ସିଚୁଆନ ଜିଉନିଉ ଏଫସି। ମୁମ୍ବାଇ ସିଟି ଏଫସି ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଥିବା ମୁମ୍ବାଇ ଫୁଟବଲ ଆରେନାରେ ୮୦୦୦ ଦର୍ଶକଙ୍କ ସମ୍ମୁଖରେ ନିଜ ଘରୋଇ ମ୍ୟାଚ ଖେଳୁଛି। ଏଣିକି ମାଞ୍ଚେଷ୍ଟର ସିଟିର ସ୍ପାନିଶ ମ୍ୟାନେଜର ପେପ୍‌ ଗ୍ବାର୍ଡିଓଲା ମୁମ୍ବାଇ ସିଟି ଏଫସି କୋଚ୍‌ଙ୍କ ସହ ସମ୍ପର୍କରେ ରହିବେ ବୋଲି ସୋରିଆନୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri