Categories: ଜାତୀୟ

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ ଲାଗିଥିବା ଜଣାପଡିଥିଲା। ଏହାପରେ ତୁରନ୍ତ ଟ୍ରେନ୍‌କୁ ଓ ସମ୍ପୂର୍ଣ୍ଣ ଷ୍ଟେଶନକୁ ଖାଲି କରାଯାଇଥିବାରୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଉଛି। ତେବେ ନିଆଁକୁ ଆୟତ୍ତ କରିବାକୁ ଯାଇ ଷ୍ଟେଶନର ବିଜୁଳି କାଟି ଦିଆଯାଇଥିଲା। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି। ଏହି ଦୁର୍ଘଟଣା ପାଇଁ କିଛି ସମୟ ଟ୍ରେନ୍‌ ଯାତାୟତ ବନ୍ଦ ରହିବାରୁ କିଛି ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି।

Share