ମୁମ୍ବାଇର ୱୋକାର୍ଡ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଗଲା

ମୁମ୍ବାଇ,୬ ।୪: ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କେତେଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ତେବେ ମୁମ୍ବାଇର ୱୋକାର୍ଡ ହସ୍ପିଟାଲର କେତେଜଣ ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କ ନିକଟରେ କରୋନ ପଜିଟିଭ ମିଳିବା ଫଳରେ ଉକ୍ତ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ବେଳକୁ ବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି ।

Share