Categories: ଜାତୀୟ

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ,୨ା୭(ପି.ଟି.): କରୋନା ସଂକ୍ରମଣକୁ ରୋକିବା ଲାଗି ମୁମ୍ବାଇ ପୋଲିସ ବୁଧବାର ସହରରେ ୧୪୪ ଧାରା ଜାରି କରିଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ମୁମ୍ବାଇରେ ୯୦୩ ନୂଆ ମାମଲା ସାମ୍‌ନାକୁ ଆସିଥିଲା। ଏହାକୁ ମିଶାଇ ମହାନଗରରେ ସଂକ୍ରମିତଙ୍କ ସଂଖ୍ୟା ୭୭,୧୯୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୪,୫୫୪ରେ ପହଞ୍ଚତ୍ଛି। ଜୁଲାଇ ୧୫ ପର୍ଯ୍ୟନ୍ତ ମୁମ୍ବାଇରେ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟରେ କୌଣସି ଅଣଅତ୍ୟାବଶ୍ୟକ କାମ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ଦିଆଯିବନାହିଁ। ସେହିପରି ସ୍ବାସ୍ଥ୍ୟଗତ ଜରୁରୀ ଆବଶ୍ୟକତା ନ ଥିଲେ ସହରରେ ରାତି ୯ରୁ ସକାଳ ୫ ମଧ୍ୟରେ ନ ବାହାରିବାକୁ ପୋଲିସ କହିଛି।

Share