Categories: ଜାତୀୟ

ମୁମ୍ବାଇରେ ଲଗାଣ ବର୍ଷା: ସ୍କୁଲ କଲେଜ ବନ୍ଦ, ସହରରେ ୪୮ଘଣ୍ଟା ପାଇଁ ରେଡ ଆଲର୍ଟ ଜାରି

ମୁମ୍ବାଇ,୩।୮: ବର୍ଷାରେ ବୁଡ଼ିଲା ମାୟାନଗରୀ ମୁମ୍ବାଇ। ଶୁକ୍ରବାର ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଓ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ମହାରାଷ୍ଟ୍ରର ପାଲଘର ଓ ଠାଣେର ଘରଗୁଡିକରେ ପାଣି ପଶିଯାଇଥିବା ବେଳେ ରାସ୍ତାରେ ମଧ୍ୟ ପାଣି ଜମା ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏଥିଯୋଗୁ ଶନିବାର ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ସହରରେ ଲଗାଣ ବର୍ଷା ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ୧୦ଟି ବିମାନକୁ ବାତିଲ କରାଯାଇଛି। ସେହିପରି ସୋମବାର ପର୍ଯ୍ୟନ୍ତ ସହରରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିବା ସହ ରବିବାର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି।

Share