‘ମୁନ୍ନା ବଦ୍‌ନାମ୍‌ ହୁଆ’ ଗୀତରେ ଏକାଠି ନାଚିବେ ସଲମାନ, ପ୍ରଭୁଦେବା

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ ହେବା ପରେ ଏବେ ବ୍ୟାକ ଟୁ ବ୍ୟାକ ଗୀତଗୁଡିକ ମଧ୍ୟ ରିଲିଜ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବମ୍‌ନାମ ହୁଆ’ ଗୀତ ରହିବ। ଖୁବ୍‌ଶୀଘ୍ର ଏହାର ଭିଡିଓ ମଧ୍ୟ ରିଲିଜ୍‌ କରାଯିବ। ଏଥିରେ ସଲମାନଙ୍କ ସହ ନଜର ଆସିବେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା। ଉଭୟ ଏହି ଗୀତରେ ଧୂମ୍‌ ନାଚିଥିବା କୁହାଯାଉଛି। ସଲମାନ ଏବଂ ପ୍ରଭୁଦେବା ବ୍ୟତୀତ ଏହି ଗୀତରେ ଓ୍ବାରିନା ହୁସେନ ମଧ୍ୟ ଅଭିନୟ କରିଛନ୍ତି। ଗୀତଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ ଯୋଡି. ସାଜିଦ-ନାଜିଦ। ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ। ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସ୍କରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ। ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ। ଆସନ୍ତା ଡିସେମ୍ବର ୨୦ ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ।

Share