ମୁନିଗୁଡ଼ା ରେଳ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ ଯୋଗୁ ହଜିଥିବା ଜିନିଷ ଫେରିପାଇଲେ କରନ୍‌

ମୁନିଗୁଡ଼ା,୧୩।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ମୁନିଗୁଡ଼ା ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉନ୍ନତ ସେବା ଲାଗି ଜନୈକ ଯାତ୍ରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାନୁଯାୟୀ, ବିହାରର ମୁଙ୍ଗେର ଜିଲା ଅନ୍ତର୍ଗତ କାଥାନା ଗ୍ରାମର କରନ୍‌ କୁମାର ଗତ ୧୦ ତାରିଖରେ ଆଲେପି-ଧାନବାଦ ୧୩୩୫୨ ନଂ. ଟ୍ରେନ୍‌ ଯୋଗେ ଟ୍ରିଚରରୁ ମୁନିଗୁଡ଼ା ଆସିବା ସମୟରେ ତାଙ୍କର ଲଗେଜ୍‌ ବ୍ୟାଗ୍‌ଟିକୁ ଛାଡ଼ି ଦେଇଥିଲେ। ଉକ୍ତ ବ୍ୟାଗ୍‌ରେ ତାଙ୍କର ୫ ହଜାର ଟଙ୍କା, ୧୬ ହଜାର ଟଙ୍କା ମୂଲ୍ୟର ୨ଟି ମୋବାଇଲ, ଭୋଟ ପରିଚୟ ପତ୍ର, ପାନ୍‌ କାର୍ଡ, ଏସ୍‌ବିଆଇ ଡେବିଟ୍‌ କାର୍ଡ ପରି ଆବଶ୍ୟକ ନଥିପତ୍ର ଥିଲା। ସେ ମୁନିଗୁଡ଼ା ଆର୍‌ପିଏଫ୍‌ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଷ୍ଟ କମାଣ୍ଡର ମନୋଜ ଜଗତାପଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରତ କନେଷ୍ଟବଳ ଅରୁଣ କୁମାର ସବୁଗୁଡ଼ିକୁ ଉଦ୍ଧାର କରି ଉପଯୁକ୍ତ ପ୍ରମାଣ ପାଇ ଯାତ୍ରୀ ଜଣଙ୍କୁ ହସ୍ତାନ୍ତର କରିଥିଲେ। ସୁରକ୍ଷା ବଳର ଏହି କାର୍ଯ୍ୟାନୁଷ୍ଠାନକୁ ଅନୁରୂପ ଭାବେ କରନ୍‌ ଓ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri