Categories: ବାଣିଜ୍ୟ

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଉପଭୋକ୍ତ ମୂଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଗତବର୍ଷ ଜୁନ୍‌ରେ ୪.୯୨ ପ୍ରତିଶତ ରହିଥିଲା। ଚଳିତବର୍ଷ ମେ’ରେ ଏହା ୩.୦୫% ରହିଥିଲା। ଖୁଚୁରା ମୁଦ୍ରାସ୍ଫୀତି ଚଳିତବର୍ଷ ଜାନୁୟାରୀରୁ କ୍ରମାଗତ ବୃଦ୍ଧି ପାଇଚାଲିଛି। ଜାନୁୟାରୀରେ ଏହା ୧.୯୭% ରହିଥିଲା। ଶୁକ୍ରବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ପରିସଂଖ୍ୟାନ ଅନୁସାରେ ଖାଦ୍ୟ ମୁଦ୍ରାସ୍ଫୀତି ଜୁନ୍‌ରେ ୨.୧୭% ରହିଛି, ଯାହା କି ମେ’ରେ ୧.୮୩% ରହିଥିଲା। ଅଣ୍ଡା, ମାଂସ, ମାଛ ଭଳି ପ୍ରୋଟିନଯୁକ୍ତ ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ଜୁନ୍‌ରେ ୯.୦୧% ରହିଛି। ଫଳର ମୁଦ୍ରାସ୍ଫୀତି ଧିମା ହୋଇଛି। ଏହା ଜୁନ୍‌ରେ ଶୂନ୍ୟରୁ ୪.୧୮% ତଳକୁ ରହିଛି। ଅନ୍ୟପକ୍ଷରେ ପନିପରିବା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୬୬% ରହିଛି। ଡାଲି ଏବଂ ଅନ୍ୟ ଉତ୍ପାଦର ମୁଦ୍ରାସ୍ଫୀତି ଜୁନ୍‌ରେ ୫.୬୮%ରେ ପହଞ୍ଚତ୍ୟାଇଛି।

Share