Categories: ଜାତୀୟ

ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଲଗାଇ ସଂସଦରେ ଶପଥ ନେବା ପାଇଁ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ,୨୫।୬: ୧୭ତମ ଲୋକ ସଭାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ସଂସଦରେ ଶପଥ ନେବାକୁ ପହଞ୍ଚିଥିଲେ। ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ଦୁଇ ଜଣ ଷ୍ଟାର ବଙ୍ଗାଳୀରେ ଶପଥ ନେବା ପରେ ବାଚସ୍ପତୀ ଓମ୍‌ ବିଡ୍‌ଲାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ। ନୁସରତ ଜହଁା ସଂସଦରେ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ। ନବବିବାହିତା ନୁସରତ ମୁଣ୍ଡରେ ସିନ୍ଦୂର ଓ ହାତରେ ଚୁଡି ଓ ମେହେନ୍ଦୀ ଲଗାଇବା ସହ ଶାଢ଼ୀ ପିନ୍ଧିଥିଲେ। ଏହି ପାରମ୍ପରିକ ବେଶଭୂଷାରେ ସେ ବେଶ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ମିମି ଏକ ସାଧାରଣ ଶାଲଓ୍ବାର ଶୁଟରେ ନଜର ଆସିଥିଲେ। ଜୁନ ୧୯ରେ ନୁସରତ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀ ବୋଡ୍ରମଠାରେ ବିବାହ କରିଥିଲେ। ଏହି ବିବାହରେ ମିମି ଚକ୍ରବର୍ତ୍ତୀ ମଧ୍ୟ ଯୋଗଦେଇଥିଲେ। ଦୁଇଜଣ ବିବାହ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ପୂର୍ବରୁ ସଂସଦରେ ଲୋକ ସଭା ସଦସ୍ୟ ଭାବେ ଶପଥ ନେବା ପାଇଁ ପହଞ୍ଚିପାରି ନ ଥିଲେ।

Share