ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ ସହର ବୁଢାନାରେ ରହୁଛନ୍ତି। ନଓ୍ବାଜ୍‌ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ତାଙ୍କ ଚାଷ ଜମିରେ କାମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଫାର୍ମରେ କାମ କରୁଥିବା ଦେଖିଥିଲେ। ଭିଡିଓରେ ନୱାଜୁଦ୍ଦିନ ସିଦ୍ଦିକି କ୍ଷେତରେ କାମ କରିବା ପରେ ହାତ ଓ ପାଦ ଧୋଇଥିବାର ନଜର ଆସିଛନ୍ତି। ସେ ଧଳା ଶର୍ଟ ପିନ୍ଧିଛନ୍ତି କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଏଥିସହିତ ସାଧାରଣ ଦେଶୀ ଷ୍ଟାଇଲ୍‌ରେ ମୁଣ୍ଡରେ ଗାମୁଛା ମୁଣ୍ଡ ବାନ୍ଧିଥିବାର ମଧ୍ୟ ଦେଖାଯାଇଥିଲା।

Share