Categories: ଜାତୀୟ

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ ପଡ଼ିଛି। କପି ନକରିବା ଲାଗି କଲେଜ ମ୍ୟାନେଜମେଣ୍ଟ୍‌ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। କେମେଷ୍ଟ୍ରି ପରୀକ୍ଷା ସମୟରେ ଏଭଳି ହୋଇଥିବା କଲେଜ ସୂତ୍ରରୁ ଜଣାପଡ଼ିଛି। ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଏନେଇ ଚର୍ଚ୍ଚା ହେବାପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ମ୍ୟାନେଜମେଣ୍ଟ୍‌କୁ ଏପରି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଅମାନବୀୟ ବୋଲି ପିୟୁ ବୋର୍ଡ ସହକାରୀ ନିର୍ଦ୍ଦେଶକ ଏସ୍‌.ସି. ପେର୍‌ଜାଡ଼େ କହିଛନ୍ତି। ଶିକ୍ଷାର୍ଥୀମାନେ କପି ନ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କଲେଜର ନିର୍ଦ୍ଦେଶକ ଏମ୍‌.ବି.ସତୀଶ କହିଛନ୍ତି।

Share