ମୁଣ୍ଡବିନ୍ଧା ପାଇଁ ରାମବାଣ ଜୁଆଣି

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟ ଚାପରେ ଥିବା ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଅଧିକ ଥାଏ। କିଛି ଲୋକଙ୍କର ତ ପ୍ରାୟ ସବୁଦିନ ମୁଣ୍ଡ ବିନ୍ଧିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ସେବନ କରିଥାଆନ୍ତି ଏବଂ ଏହା ଧିରେଧିରେ ଅଭ୍ୟାସରେ ପରିଣତ ହୋଇଯାଏ। ମାତ୍ର ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁବେଳେ ଔଷଧ ସେବନ କରିବା ଶରୀର ପାଇଁ କ୍ଷତିକାରକ ହେବା ସହ ପାଶର୍‌ବପ୍ରତିକ୍ରିୟା ମଧ୍ୟ ଦେଖାଦେଇଥାଏ। ତେବେ ଏପରି ଏକ ଘରୋଇ ଉପାୟ ରହିଛି, ଯାହା ଦ୍ବାରା ମାତ୍ର କିଛି ସମୟ ମଧ୍ୟରେ ଆପଣ ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ।
* ମୁଣ୍ଡବିନ୍ଧା ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୁଆଣି ରାମବାଣ ଭଳି କାର୍ଯ୍ୟ କରିଥାଏ। ଜୁଆଣି ଉପଚାରକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ସର୍ବପ୍ରଥମେ ଏକ ଚାମଚ୍‌ ଜୁଆଣିକୁ ତାଓ୍ବାରେ ହାଲୁକା ଭାଜି ଗୋଟିଏ ସୂତା ଲୁଗାରେ ବାହାର କରି ଦିଅନ୍ତୁ। ଏବେ ଏହାକୁ ପୁଟୁଳି କରି ବାନ୍ଧି ଦିଅନ୍ତୁ।
* ଏହି ପୁଟୁଳିରେ ଥିବା ଜୁଆଣି ହାଲୁକା ଗରମ ହୋଇଥିବା ଆବଶ୍ୟକ। ମୁଣ୍ଡ ବିନ୍ଧିଲେ ଥଣ୍ଡା ହେବା ପର୍ଯ୍ୟନ୍ତ ଏହାକୁ ଶୁଙ୍ଘନ୍ତୁ। ଏପରି କରିବା ଦ୍ବାରା ୨ମିନିଟ୍‌ରେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଯିବ।