ମୁଜାଫରପୁର ସେଲ୍‌ଟର୍‌ ହୋମକୁ ନେଇ ଶାହାରୁଖ ନିର୍ମାଣ କରିବେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ ଯଦିଓ ତାଙ୍କ ଫିଲ୍ମ ଚୟନକୁ ନେଇ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ହେଲେବି ତାଙ୍କୁ ପ୍ରଶଂସକମାନେ ଅପେକ୍ଷା ରଖିଛନ୍ତି। ଅଭିନୟ ପରେ ସେ କିନ୍ତୁ ଖୁବ୍‌ ସିରୟସ ତାଙ୍କ ପ୍ରଡକସନ୍‌ ହାଉସକୁ ନେଇ। ୨୦୧୮ରେ ମୁଜାଫରପୁର ସେଲ୍‌ଟର୍‌ ହୋମରେ ହୋଇଥିବା ଯୌନ ନିର୍ଯ୍ୟାତନା ମାମଲାକୁ ନେଇ ତାଙ୍କ ପ୍ରଡକସନ୍‌ ହାଉସ୍‌ ରେଡ୍‌ ଚିଲି ଏଣ୍ଟରଟେନମେଣ୍ଟ ଫିଲ୍ମ ପ୍ରସ୍ତୁତ କରିବାକୁ ସ୍ଥିର କରିଥିବା ଜଣାପଡିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ପୁଲକିତଙ୍କୁ ଦିଆଯାଇଥିବା ବେଳେ ସେ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି। ତେବେ ୨୦୧୮ମେ ୨୬ରେ ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ଘଟଣା ଜଣାପଡିବା ପରେ ସେଠାରେ ଥିବା ଝିଅମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ସ୍ଥାନରେ ରଖାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଏବେ ଶାହାରୁଖ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ବେଳେ କଳାକାରଙ୍କ ନାଁ ସ୍ଥିର କରାଯାଇ ନାହିଁ ବୋଲି କୁହାଯାଉଛି।

Share