Categories: ଜାତୀୟ

ମୁଖ୍ୟସ୍ରୋତକୁ ଫେରିଲେ ୫ ଆତଙ୍କବାଦୀ

ଶ୍ରୀନଗର୨ା୬(ପି.ଟି.): ଆତଙ୍କବାଦରେ ଜର୍ଜରିତ ଜମ୍ମୁ-କଶ୍ମୀରରୁ ଶନିବାର ଏକ ଭଲ ଖବର ଆସିଛି। କୁଲଗାମ ଜିଲାର ୫ ଆତଙ୍କବାଦୀ ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ୫ ଯୁବକଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲାଗି ସେମାନଙ୍କ ପରିବାର ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା, ଯାହାକି ସଫଳ ହୋଇଛିି। ତେବେ ସୁରକ୍ଷା କାରଣରୁ ପୋଲିସ ସେମାନଙ୍କ ପରିଚୟ ଗୋପନ ରଖିଛି। ପୁଲଓ୍ବାମା ଆକ୍ରମଣ ପରେ ସୁରକ୍ଷା ବଳ ପକ୍ଷରୁ ଚାଲିଥିବା ମିଳିତ ଅପରେଶନରେ ଶତାଧିକ ଆତଙ୍କବାଦୀ ନିହତ ହେଲେଣି, ଯାହାଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ପ୍ରାଣ ହରାଇଥିଲେ। ଆତଙ୍କବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ପୋଲିସ ଓ ସେନା ଚଳାଇଥିବା ଉଦ୍ୟମକୁ ପ୍ରଶଂସା କରାଯାଉଛି।

Share